ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ, ଡାଲି : ୬୫ବର୍ଷ ପରେ ସଂଶୋଧନ ହେଲା ଆଇନ Kanak News

କନକ ବ୍ୟୁରୋ : ଆଳୁ, ପିଆଜ, ଡାଲି, ଖାଇବା ତେଲ ଆଦିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ଦେବା ଲାଗି ରାସ୍ତା ପରିଷ୍କାର ହୋଇଯାଇଛି। ଏସବୁ ସାମଗ୍ରୀ ନିୟନ୍ତ୍ରଣ କ୍ଷମତା ବା ଦର ନିର୍ଧାରଣ କ୍ଷମତା ସରକାର ହରାଇ ବସିଛନ୍ତି। ଗତ ୧୫ ତାରିଖରେ ଲୋକସଭା ଓ ମଙ୍ଗଳବାର ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ପାରିତ ହେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ୬୫ବର୍ଷ ପରେ ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ, କେବଳ ଯୁଦ୍ଧ, ଦୁର୍ଭିକ୍ଷ, ଅସାଧାରଣ ମୂଲ୍ୟ ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରି ପରିସ୍ଥିତିରେ କୃଷି ଖାଦ୍ୟ ସାମଗ୍ରୀ ନିୟନ୍ତ୍ରିତ ହୋଇପାରିବ।

କେନ୍ଦ୍ର ସରକାର ଏହି ଅବସରରେ କହିଛନ୍ତି ଯେ ବେସରକାରୀ ନିବେଶକଙ୍କ ବ୍ୟବସାୟ କାର୍ଯ୍ୟରେ ଅତ୍ୟଧିକ ନିୟାମକ ହସ୍ତକ୍ଷେପର ଭୟ ଦୂର କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏହା କୃଷି କ୍ଷେତ୍ରରେ ଘରୋଇ ଓ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ଏବଂ ଉଭୟ କୃଷକ ଓ ଗ୍ରାହକଙ୍କ ସପକ୍ଷରେ ରହିବ। ଏହା ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ।

କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ପରେ ଏବେ ଓଡ଼ିଶାର ଖାଉଟି ଲାଭରେ ରହିବେ ନା କ୍ଷତିରେ ପଡ଼ିବେ ତାକୁ ନେଇ ଆଶଙ୍କା ବଢିଗଲାଣି। ଉଭୟ ବିଶେଷଜ୍ଞ ଏବଂ ବ୍ୟବସାୟୀ ଓଡ଼ିଶା ଭଳି ରାଜ୍ୟରେ କେନ୍ଦ୍ର ସରକାରଙ୍କ ଏହି ଆଇନର ଏକ ଭଲ ପ୍ରଭାବ ପଡ଼ିବ ବୋଲି ବିଚାର କରିପାରୁନାହାନ୍ତି। ବରଂ ଓଡ଼ିଶାର ଗ୍ରାହକମାନେ ସବୁଠାରୁ ଅଧିକ କ୍ଷତି ସହିବେ ବୋଲି ମତ ରଖିଲେଣି। ଏହି ସଂଶୋଧନ ଏକ ମହତ୍‌ ଉଦ୍ଦେଶ୍ୟରେ କରାଯାଇଥିବା କୁହାଯାଉଥିଲେ ହେଁ, ଏହାର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ କୌଣସି ପ୍ରସ୍ତୁତି ନାହିଁ।

କେବଳ ଧାନ ବା ଚାଉଳକୁ ଛାଡ଼ିଦେଲେ, ଅନ୍ୟ ସବୁ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। କାଳିଆ, ବଳରାମ ଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ କୋଟି ଟଙ୍କା ବିନିଯୋଗ କରିବା ପରେ ବି ଇତିମଧ୍ୟରେ ଓଡ଼ିଶାର କୃଷକଙ୍କ ମଧ୍ୟରେ କୌଣିସି କ୍ଷେତ୍ରରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇନାହିଁ। ଚାଷ ବା ଚାଷୀ ପାଇଁ ନା ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯାଇପାରିଛି ନା ଏକ ଭଲ ବଜାର ପାଇଁ ସରକାର ନିଜକୁ ପ୍ରସ୍ତୁତ କରିପାରିଛନ୍ତି।



from Kanak News https://ift.tt/2RSfK9O https://ift.tt/2RQoRrn
ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ, ଡାଲି : ୬୫ବର୍ଷ ପରେ ସଂଶୋଧନ ହେଲା ଆଇନ Kanak News ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ, ଡାଲି : ୬୫ବର୍ଷ ପରେ ସଂଶୋଧନ ହେଲା ଆଇନ Kanak News Reviewed by SUBHENDU BARAL on September 22, 2020 Rating: 5

No comments:

Powered by Blogger.