ଗୁପଚୁପ୍ ଖାଉଥିଲେ ସାବଧାନ୍ ! ଖାଇଲା ବେଳେ ମହିଳାଙ୍କ ତଣ୍ଟିରେ ଲାଗିଗଲା ଗୋଟା ଗୁପଚୁପ୍ । ଢୋକି ନପାରି ଚାଲିଗଲା ଜୀବନ Kanak News

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଗାଁରେ ଜଣେ ମହିଳାଙ୍କ ତଣ୍ଟିରେ ଗୁପ୍ଚୁପ୍ ଲାଗିଯିବାରୁ ସେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ମୃତ ମହିଳା ହେଲେ ଫୁଲମତି କିସାନ (୩୦)। ଗତକାଲି ଦିନ ୧୨ଟାରେ ସ୍ବାମୀ କୁଶ କିସାନ ଧାନ ବିଲରୁ କାମ ସାରି ଫେରିବା ପରେ ଘରେ ଥିବା ଫୁଲମତି ତାଙ୍କ ଆଗରେ ଗୁପଚୁପ ଖାଇବାର ଇଚ୍ଛା ପ୍ରକାଶ କରି ଆଣିବାକୁ କହିଥିଲେ। କୁଶ ତାଙ୍କ ପୁଅକୁ ୨୦ ଟଙ୍କା ଦେଇ ଗାଁ ରାସ୍ତା କଡ଼ରେ ଠେଲାରେ ବିକୁଥିବା ଗୁପଚୁପବାଲା ପାଖକୁ ପଠାଇଥିଲେ।
ପୁଅ ଗୁପଚୁପ୍ ଆଣିବା ପରେ ସ୍ବାମୀସ୍ତ୍ରୀ ଓ ତାଙ୍କ ଦୁଇ ପିଲା ବସି ଖାଇଥିଲେ। ତେବେ ଖାଇଲା ବେଳେ ଗୋଟା ଗୁପଚୁପ୍ ଫୁଲମତିଙ୍କ ତଣ୍ଟିକୁ ଖସି ଯାଇ ଲାଗି ଯାଇଥିଲା। ସେ ଢୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା ଓ ସେ ସେଇଠି ଅଚେତ ହୋଇ ପଡ଼ିଗଲେ। ତାଙ୍କୁ ସ୍ବାମୀ ଓ ପରିବାରର ଅନ୍ୟମାନେ ତୁରନ୍ତ ଲେଫ୍ରିପଡ଼ା ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେତେବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
from Kanak News https://ift.tt/33QJVnh https://ift.tt/2EoembF
No comments: