କରୋନା ସଂକ୍ରମିତ ଗଭବର୍ତୀ ହୋମ୍ ଆଇସୋଲେସନ୍‌ରେ ରହିପାରିବେ : ହୋମ୍ ଆଇସୋଲେସନ୍‌ରେ ମାନସିକ ରୋଗ ବଢ଼ିବାର ଆଶଙ୍କା ଅଧିକ Kanak News

କନକ ବ୍ୟୁରୋ : କରୋନା ସଂକ୍ରମିତ ଗର୍ଭବତୀ ମହିଳା ବି ହୋମ୍ ଆଇସୋଲେସନ୍‌ରେ ରହିପାରିବେ। ମାତ୍ର ଏଥିପାଇଁ ସେମାନଙ୍କୁ ଅଲଗା ରହିବାକୁ ହେବ। ଅଲଗା କୋଠରୀ, ଶୌଚାଳୟ ରହିବା ଜରୁରୀ। ଏହି ସମୟ‌ରେ ସେ କାହା ସହ ମିଶିବେ ନାହିଁ। ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବା ଜରୁରୀ। ଯଦି ଏହି ସମୟରେ ସ୍ବାସ୍ଥ୍ୟ ବିଗିଡ଼ିବ ତା’ହେଲେ କୋଭିଡ୍‌ ହସ୍ପିଟାଲକୁ ଯିବା ଉଚିତ୍ ବୋଲି କହିଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା.ଲୁସି ଦାସ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଦିନ ହୋମ୍ ଆଇସୋଲେସନ୍‌ ନେଇ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ଡା.ଦାସ କହିଲେ, ଗର୍ଭବତୀ ମା’ଠାରୁ ଜନ୍ମିତ ଶିଶୁ କରୋନାରେ ସଂକ୍ରମିତ ହେବାର କମ୍ ଆଶଙ୍କା ରହିଛି। ମାତ୍ର ଛୁଆକୁ ମା’ ଛୁଇଁବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଛି। ଶିଶୁ ‌ଯେପିରି ସଂକ୍ରମିତ ନ ହେବ ସେଥିପାଇଁ ମା’ ଯତ୍ନବାନ ହେବା ଜରୁରୀ। ସଂକ୍ରମିତ ମା’ଠାରୁ ଶିଶୁକୁ ରକ୍ଷା କରିବା ଲାଗି ମାସ୍କ ପିନ୍ଧାଇବା ଉଚିତ୍ ନୁହେଁ। ଛୁଆକୁ ମାସ୍କ ପିନ୍ଧାଇଲେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ଡ‌ା.ଦାସ କହିଛନ୍ତି।

ସେହିପରି ଏସ୍‌ସିବିର ଡା.ସାରଦା ସ୍ୱାଇଁ କହିଲେ, କୋଭିଡ୍‌ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବା ସମୟରେ ଯୋଗ ଓ ପ୍ରାଣାୟାମ କରିବା ଉଚିତ୍। ଏହା ଦ୍ୱାରା ରୋଗୀ କରୋନାକୁ ଭୁଲି ପାରିବେ। ହୋମ ଆଇସୋଲେସନ ସମୟରେ ଆକ୍ରାନ୍ତଙ୍କ ନିଦ୍ରାହୀନତା ଓ ଛାନିଆ ଲକ୍ଷଣ ଦେଖାଯାଉଛି। ଘରେ ଏକାନ୍ତରେ ରହୁଥିବା ଲୋକ, ବୟସ୍କ, କିଶୋରମାନଙ୍କ ମାନସିକ ସ୍ଥିତି ବିଗୁଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ଏଭଳି ଲୋକଙ୍କର ମାନସିକ ସ୍ଥିତି ପରିବର୍ତ୍ତନ କରିବା ଲାଗି ପରିବାରର ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଡା.ଦାସ କହିଥିଲେ ଯେ, ହୋମ ଆଇସୋଲେସନରେ ଥିବା ବେଳେ ରୋଗୀ ଖାଦ୍ୟପେୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ରୋଗୀ ପ୍ରତିଦିନ ସୁଷମ ଖାଦ୍ୟ ଖାଇବା ସହିତ ଅଧିକ ପାଣି ପିଇବେ ଜରୁରୀ। ମଝିରେ ମଝିରେ କିଛି କିଛି କାମ କଲେ ମଧ୍ୟ ଭଲ। ହୋମ ଆଇସୋଲେସନରେ ଥିବା ବେଳେ ମାନସିକ ରୋଗୀଙ୍କ ରୋଗ ଆହୁରି ବଢ଼ିଯିବାର ଆଶଙ୍କା ରହିଛି। ଏଭଳି ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ କରି ରୋଗର ମାତ୍ରା କମାଇବାକୁ ପଡ଼ିବ। ମାନସିକ ରୋଗୀ ମଧ୍ୟ ଯୋଗ ଓ ପ୍ରାଣାୟାମ କରିପାରିବେ। ମାନସିକ ରୋଗୀ ଯଦି କୋଭିଡ୍‌ ଚିହ୍ନଟ ହୁଅନ୍ତି ତା’ହେଲେ ହୋମ ଆଇସୋଲେସନରେ ରହିଲେ ଭଲ। କିନ୍ତୁ ଯଦି ସ୍ଥିତି ବିଗିଡ଼ିଯାଏ, ତାହେଲେ ହସ୍ପିଟାଲ ସହ ପରାମର୍ଶ ଉଚିତ୍ ବୋଲି ସେ କହିଛନ୍ତି।



from Kanak News https://ift.tt/3co6vra https://ift.tt/3hV8Jzp
କରୋନା ସଂକ୍ରମିତ ଗଭବର୍ତୀ ହୋମ୍ ଆଇସୋଲେସନ୍‌ରେ ରହିପାରିବେ : ହୋମ୍ ଆଇସୋଲେସନ୍‌ରେ ମାନସିକ ରୋଗ ବଢ଼ିବାର ଆଶଙ୍କା ଅଧିକ Kanak News କରୋନା ସଂକ୍ରମିତ ଗଭବର୍ତୀ ହୋମ୍ ଆଇସୋଲେସନ୍‌ରେ ରହିପାରିବେ : ହୋମ୍ ଆଇସୋଲେସନ୍‌ରେ ମାନସିକ ରୋଗ ବଢ଼ିବାର ଆଶଙ୍କା ଅଧିକ Kanak News Reviewed by SUBHENDU BARAL on September 22, 2020 Rating: 5

No comments:

Powered by Blogger.