ଗୋପାଳପୁର ନିର୍ବାଚନମଣ୍ଡଳୀ : ବିଧାୟକଙ୍କୁ ନେଇ ଦଳୀୟ ଶିବିରରେ ସସ୍ପେନ୍ସ; ଦ୍ୱନ୍ଦ୍ୱରେ କର୍ମୀ ଓ ଛାମୁଆ ନେତା Kanak News

କନକ ବ୍ୟୁରୋ : ଗୋପାଳପୁର ନିର୍ବାଚନମଣ୍ତଳୀ ବିଜେଡିର କର୍ମୀ ଓ ଛାମୁଆ ନେତା ଗତ କିଛି ଦିନ ହେଲା ସସ୍ପେନ୍ସ ମଧ୍ୟରେ ରହିଛନ୍ତି। ମୂଳ କାରଣ ହେଲା, ବିଧାୟକଙ୍କୁ ନେଇ। ନିର୍ବାଚନମଣ୍ଡଳୀ ଇଲାକାରେ ଅନୁଷ୍ଠିତ ଏକାଧିକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଅନୁପସ୍ଥିତିକୁ ନେଇ ଏହି ସସ୍ପପେନ୍ସ ବଢ଼ୁଛି। ବିଧାୟକ ଏହି ସବୁ କାର୍ଯ୍ୟକ୍ରମକୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆସିପାରୁ ନାହାନ୍ତି ନା, ବିଧାୟକଙ୍କୁ ଡକାଯାଉ ନାହିଁ, ଏହାକୁ ନେଇ ନିର୍ବାଚନମଣ୍ଡଳବାସୀ ବି ଦ୍ବନ୍ଦ୍ବରେ। ଗଲା କିଛି ମାସ ଧରି ଏଭଳି ସ୍ଥିତି ଲାଗି ରହିଛି, ହେଲେ ସନ୍ତୋଷଜନକ ଉତ୍ତର କାହା ପାଖରେ ନାହିଁ। ଏ ପ୍ରସଙ୍ଗ କେବଳ ନିର୍ବାଚନମଣ୍ଡଳୀରେ ନୁହେଁ, ଜିଲ୍ଲାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ଗଞ୍ଜାମ ଜିଲ୍ଲା ବିଜେଡିର ଆଗ ଧାଡ଼ିର ନେତା ଗୋପାଳପୁର ବିଧାୟକ ଡ.ପାଣିଗ୍ରାହୀ। ଜିଲ୍ଲାର ହେଭିୱେଟ୍ ବିଧାୟକଙ୍କ ମଧ୍ୟରେ ସେ ଅନ୍ୟତମ। ପୂର୍ବରୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ରହିବା ସହ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଥିଲେ। ଜିଲ୍ଲାରେ ବେଶ୍ ଦବ୍ଦବା ରହିଥିଲା। ଗତ ସାଧାରଣ ନିର୍ବାଚନରେ ବି ସେ ଜିଲ୍ଲାରେ ଦଳର ମଙ୍ଗ ଧରିଥିଲେ। ଆଉ ନିର୍ବାଚନ ପରେ ପରେ ବି ବେଶ୍ ସକ୍ରିୟ ଥିଲେ।
କିନ୍ତୁ ଗତ ମାର୍ଚ୍ଚ ମାସ ପର ଠାରୁ ଗୋପାଳପୁର ନିର୍ବାଚନମଣ୍ତଳୀ ଅଧୀନ ବିଭିନ୍ନ ଇଲାକାରେ ଅନୁଷ୍ଠିତ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକଙ୍କୁ ପ୍ରାୟତଃ ଦେଖିବାକୁ ମିଳୁନି। ଯାହାକି ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ୍ ଯୋଗାଇବା ସହ ସସ୍ପେନ୍ସ୍ ବି ବଢ଼ିବାରେ ଲାଗିଛି। ହଳଦିଆପଦର ବସ୍ଷ୍ଟାଣ୍ଡ୍ ଠାରେ ଗତ ମେ ୨୮ତାରିଖରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ବେଳେ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଓ ବ୍ରହ୍ମପୁର ସା˚ସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କିନ୍ତୁ ଗୋପାଳପୁର ପ୍ରଦୀପଙ୍କୁ ଦେଖିବାକୁ ମିଳି ନ ଥିଲା।
from Kanak News https://ift.tt/3bZYHvJ https://ift.tt/3hAblmn
No comments: