ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଏହି ଅଞ୍ଚଳରେ ସୃଷ୍ଟ ହୋଇଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ଆଶଙ୍କା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ଆସନ୍ତା ୪ରୁ ୫ ଦିନ ଧରି ଏଭଳି ସ୍ଥିତି ଲାଗି ରହିବ। ଏହାପରେ ଆସନ୍ତା ୨୦ରୁ ୨୧ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ପ୍ରବଳରୁ ଅତିପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏହି ସମୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟ ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି।
ରାଜଧାନୀ ଭୁବନେଶ୍ୱର ଓ କଟକରେ ସ୍ୱଳ୍ପ ଧରଣର ବର୍ଷା ଲାଗି ରହିବ। ରାଜ୍ୟର ତାପମାତ୍ରା ପୂର୍ବ ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
The post ଆସୁଛି ଆଉ ଏକ ଲଘୁଚାପ ! ପ୍ରବଳରୁ ଅତିପ୍ରବଳ ମାତ୍ରାରେ ବର୍ଷା ସମ୍ଭାବନା appeared first on OTV Khabar..
from OTV Khabar. https://ift.tt/33y8aX9
No comments: