ଆଜି ଜେଇଇ ଆଡଭାନ୍ସଡ୍, ଦୁଇଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ବର ୨୭।୯: ଆଜି ଜେଇଇ ଆଡଭାନ୍ସଡ୍ । ଚଳିତ ବର୍ଷ ଜେଇଇ ଆଡଭାନ୍ସଡ ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି । ଏଥିପାଇଁ ସାରା ଦେଶରେ ୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ଏହି ପ୍ରବେଶିକା ପରୀକ୍ଷା ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ହେବ |

ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହରରେ ପରୀକ୍ଷା କେନ୍ଦ୍ର ହୋଇଛି | ଯେଉଁଥିରେ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବେ | ୩ ଘଣ୍ଟା ଲେଖାଏଁ ଦୁଇଟି ପେପର୍‌ ପରୀକ୍ଷା ଅନୁଷ୍ଠିତ ହେବ | ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପେପର୍‌-୧ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ | ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ଅନୁଷ୍ଠିତ ହେଉଥିବାରୁ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି |

ଜେଇଇ ଆଡଭାନ୍ସଡ୍‌ର ଯୋଗ୍ୟ ଛାତ୍ରଛାତ୍ରୀ ୨୩ଟି ଆଇଆଇଟିରେ ଥିବା ୪ ବର୍ଷିଆ ବି.ଟେକ୍‌ ଓ  ବି.ଏସ୍‌ସି, ୫ ବର୍ଷିଆ ବି.ଆର୍କିଟେକ୍‌, ଡୁଆଲ୍‌ ଡିଗ୍ରି ବି.ଟେକ୍‌-ଏମ୍‌.ଟେକ୍‌, ଡୁଆଲ୍‌ ଡିଗ୍ରି ବି.ଏସ୍‌ସି-ଏମ୍‌.ଏସ୍‌ସି ପାଠ୍ୟକ୍ରମ‌ରେ ନାମ ଲେଖାଇପାରିବେ |



from Prameya News7 https://ift.tt/36cal5S
ଆଜି ଜେଇଇ ଆଡଭାନ୍ସଡ୍, ଦୁଇଟି ସିଟିଂରେ ହେବ ପରୀକ୍ଷା ଆଜି ଜେଇଇ ଆଡଭାନ୍ସଡ୍, ଦୁଇଟି ସିଟିଂରେ ହେବ ପରୀକ୍ଷା Reviewed by SUBHENDU BARAL on September 26, 2020 Rating: 5

No comments:

Powered by Blogger.