ଟାଟା ଏସି ଗାଡି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଦାରିଙ୍ଗବାଡି୨୦/୯: ଟାଟା ଏସି ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । କନ୍ଧମାଳ ଦାରିଙ୍ଗବାଡ଼ି ଥାନା କିରିକୁଟୀ ପଞ୍ଚାୟତର ଡାଙ୍ଗରି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ୨ ମୃତକ ହେଉଛନ୍ତି କିଡ୍ରାମାଲା ଗାଁର ପ୍ରକାଶ ପ୍ରଧାନ ଓ ମିଲୁ ପ୍ରଧାନ l ଉଭୟେ ପଟାଙ୍ଗୀରୁ ଫେରୁଥିବା ବେଳେ ୫୯ ନମ୍ବର ଜାତୀୟ ରାଜପଥ ଡଙ୍ଗିରୀ ନିକଟରେ ବିପରୀତ ଦିଗରୁ ଆସୁଥିବା ଟାଟା ଏସି ଧକ୍କାଦେଇ ବାଲିଗୁଡା ଅଭିମୁଖେ ପଳାଇ ଯାଇଥିଲା l ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଖବରପାଇ କ.ନୂଆଗାଁ ପୋଲିସ ଟାଟା ଏସି ଗାଡିକୁ ଜବତ କରି ଡ୍ରାଇଭରକୁ  ଅଟକ ରଖିଛି । ସେପଟେ ଦାରିଙ୍ଗବାଡି ଥାନା ପୋଲିସ ପହଞ୍ଚି ମୃତେଦହ ଜବତକରି ପୋଷ୍ଟ ମର୍ଟମ ପାଇଁ ଦାରିଙ୍ଗବାଡି ମେଡିକାଲକୁ ପଠାଇଛି ।



from Prameya News7 https://ift.tt/35NSDp3
ଟାଟା ଏସି ଗାଡି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଟାଟା ଏସି ଗାଡି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ Reviewed by SUBHENDU BARAL on September 19, 2020 Rating: 5

No comments:

Powered by Blogger.