ଜନନୀ ଯନ୍ତ୍ରଣା: ଚାରିଆଡ଼େ ଅନ୍ଧାର, ଟର୍ଚ୍ଚ ଆଲୁଅରେ ଭାର କରି ମହିଳାଙ୍କୁ ବୋହି ନେଲେ ପରିବାର ଲୋକେ

କୋରାପୁଟ୨୦/୯: କୋରାପୁଟ ଜିଲ୍ଲାରୁ ପୁଣି ଥରେ ଆସିଛି ଜନନୀ ଯନ୍ତ୍ରଣାର ଅଭାବନୀୟ ଚିତ୍ର । ଚାରିଆଡେ ରାତିର ଘନ ଅନ୍ଧକାର । ଆଉ ଏସବୁ ମଧ୍ୟରେ ଜଣେ ଗର୍ଭବତୀଙ୍କ ଗର୍ଭ ଯନ୍ତ୍ରଣା। ରାସ୍ତାଠିକ ନଥିବାରୁ ଗାଁକୁ ଆସିଥିଲେ ବି ଅଧାରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ନିରୂପାୟ ପରିବାର ଲୋକ ଏହି ଘନ ଅନ୍ଧକାର ମଧ୍ୟରେ ଗର୍ଭବତୀ ମହିଳାଙ୍କୁ ଭାର କରି ଟର୍ଚ୍ଚ ଆଲୁଅରେ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ବି ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ମହିଳା ଜଣଙ୍କ ପ୍ରସବ ହୋଇଥିଲା। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର  ବ୍ଲକର ଡୁମ୍ବାଗୁଡା ପଞ୍ଚାୟତର କାଳିଆମ୍ବ ଗାଁରେ ।

ଘଟଣାଟି ଗତ ୧୮ ତାରିଖ ରାତିର । ଗାଁର କୈଳାଶ ସାହୁଙ୍କ ସ୍ତ୍ରୀ କବିତା ବିଷୋଇଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଗାଁକୁ ଯିବାକୁ ହେଲେ ଅଣଓସାରିଆ ପାହାଡିଆ ରାସ୍ତା ହୋଇ ଯିବାକୁ ହୁଏ । ଆମ୍ବୁଲାନ୍ସ କବିତାଙ୍କୁ ହସ୍ପିଟାଲକୁ ନେବା ପାଇଁ ଆସିଥିଲେ ହେଁ ଗାଁରେ ପର୍ଯ୍ୟନ୍ତ ପହଁଞ୍ଚି ପାରିନଥିଲା । ଭାରରେ ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ମା ଓ ନବଜାତ ଶିଶୁଙ୍କୁ ଦଶମନ୍ତପୁର ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମା ଓ ଶିଶୁ ପୁତ୍ର  ଉଭୟେ ଏବେ ସୁସ୍ଥ ଅଛନ୍ତି



from Prameya News7 https://ift.tt/2HkJiuN
ଜନନୀ ଯନ୍ତ୍ରଣା: ଚାରିଆଡ଼େ ଅନ୍ଧାର, ଟର୍ଚ୍ଚ ଆଲୁଅରେ ଭାର କରି ମହିଳାଙ୍କୁ ବୋହି ନେଲେ ପରିବାର ଲୋକେ ଜନନୀ ଯନ୍ତ୍ରଣା: ଚାରିଆଡ଼େ ଅନ୍ଧାର, ଟର୍ଚ୍ଚ ଆଲୁଅରେ ଭାର କରି ମହିଳାଙ୍କୁ ବୋହି ନେଲେ ପରିବାର ଲୋକେ Reviewed by SUBHENDU BARAL on September 19, 2020 Rating: 5

No comments:

Powered by Blogger.