ନୀଳଗିରି୨୦/୯: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନୀଳଗିରି ଥାନା ଅଧିନ ଚତୁରିସାହି ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି। ମିଳିଥିବା ସୂଚନା ମୁ୍ତାବକ, ଧୋବଶିଳା ପଞ୍ଚାୟତ ଚତୁରିସାହି ଅଞ୍ଚଳର ଢେଲା ସିଂଙ୍କ ଘରେ କାମ କରିବା ଲାଗି ନୀଳଗିରି ଘାଟ ଘରସାହି ଅଞ୍ଚଳରୁ ଜଣେ ନାବାଳିକାକୁ ନେଇ ଘରେ ରଖିଥିଲା। ରାତିରେ ଜୈନିକ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଘଟଣା ସଂପର୍କରେ ପୀଡିତା ପଡୋଶୀଙ୍କୁ କାନ୍ଦିକାନ୍ଦି କହିଥିଲେ। ଏନେଇ ନାବାଳିକାର ମାଆ ନୀଳଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ପୀଡିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଚଳାଇଛି।
from Prameya News7 https://ift.tt/35NSv93
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାର ଦ୍ବାରସ୍ଥ ହେଲେ ପୀଡିତା, ଅଭିଯୁକ୍ତ ଫେରାର
Reviewed by SUBHENDU BARAL
on
September 19, 2020
Rating:

No comments: