ରାଜ୍ୟରେ କରୋନା ଟେଷ୍ଟିଂ, ୨୪ଘଣ୍ଟାରେ ୪୭ ହଜାରରୁ ଅଧିକ ପରୀକ୍ଷଣ

ଭୁବନେଶ୍ବର ୨୧।୯: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିପରି ସଂକ୍ରମଣ ଚେନ୍‌କୁ ଭଙ୍ଗାଯିବ ସେଥିନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିଂର ସଂଖ୍ୟା ବୃଦ୍ଧି କରାଯାଇଛି ।

ତେବେ ରାଜ୍ୟରେ ୨୪ ଘଣ୍ଟାରେ ୪୭ ହଜାର ୭୫୮ ଟେଷ୍ଟ ହୋଇଛି । ସେଥି ମଧ୍ୟରୁ  ୭,୬୫୮ RTPCR ଟେଷ୍ଟ, ୪୦,୦୧୦ ଆଣ୍ଟିଜେନ୍ ଟେଷ୍ଟ, ୯୦ ଟ୍ରୁନଟ୍ ଟେଷ୍ଟ କରାଯାଇଛି । ଆରଏମଆରସିରେ ୧୧୩୦ ଟେଷ୍ଟ, ଆଇଏଲଏସରେ ୫୯୨ ଟେଷ୍ଟ, ଏସସିବିରେ ୨୯୨୩ ଓ କ୍ୟାପିଟାଲ ହସ୍ପିଟାଲରେ ୧୫୨୬ ଟେଷ୍ଟ କରାଯାଇଛି ।

ସେହିଭଳି କେନ୍ଦ୍ରାପଡାରେ ୪,୮୭୮, କେନ୍ଦୁଝରରେ ୪,୬୪୧, ଗଞ୍ଜାମରେ ୪,୪୭୧, ମୟୁରଭଞ୍ଜରେ ୩,୦୮୯ ଓ ବାଲେଶ୍ବରରେ ୧,୫୫୮ ଟେଷ୍ଟ କରାଯାଇଛି ।



from Prameya News7 https://ift.tt/3cohwc3
ରାଜ୍ୟରେ କରୋନା ଟେଷ୍ଟିଂ, ୨୪ଘଣ୍ଟାରେ ୪୭ ହଜାରରୁ ଅଧିକ ପରୀକ୍ଷଣ ରାଜ୍ୟରେ କରୋନା ଟେଷ୍ଟିଂ, ୨୪ଘଣ୍ଟାରେ ୪୭ ହଜାରରୁ ଅଧିକ ପରୀକ୍ଷଣ Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.