ଉପରମୁଣ୍ଡରେ ବର୍ଷା, ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

ସମ୍ବଲପୁର ୨୧।୯: ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲିବ ବୋଲି ସୂଚନା ମିଳିଛି । ଗେଟ୍ ଖୋଲିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୮.୬୯ ଫୁଟ୍ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ ହୋଇଥିଲା । ବନ୍ୟାଜଳ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାଯାଇଥିଲା । ଜଳଭଣ୍ଡାରକୁ ଜଳପ୍ରବେଶ, ଜଳଭଣ୍ଡାରର ଜଳସ୍ତର, ଜଳ ପରିଚାଳନା ନେଇ ରୁଲକର୍ଭକୁ ଆଧାର କରି ପର୍ଯ୍ୟାୟକ୍ରମେ ଗେଟ୍ ଗୁଡିକ ବନ୍ଦ କରାଯାଇଥିଲା ।



from Prameya News7 https://ift.tt/2ZTMmEt
ଉପରମୁଣ୍ଡରେ ବର୍ଷା, ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ ଉପରମୁଣ୍ଡରେ ବର୍ଷା, ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.