ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ Rajalaxmi Sahoo

ରାଜଗାଙ୍ଗପୁର: ଦିଅର-ଭାଉଜ ବିବାହ କରିବାରୁ ଗାଁ ଲୋକେ ଏହାକୁ ବିରୋଧ କରି ସେମାନଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଫକିରପଡ଼ା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି।

ସୂଚନା ଅନୁସାରେ, କିଛି ଦିନ ତଳେ ପୋଲିସ୍‌ ଉପସ୍ଥିତିରେ ଉଭୟ ଭାଉଜ-ଦିଅର ପରସ୍ପରକୁ ବାହା ହୋଇଥିଲେ। କିନ୍ତୁ ଗାଁ ଲୋକ ଏହାକୁ ବିରୋଧ କରି ଉଭୟଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇ ଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ଏହି ଘଟଣାରେ ପୋଲିସ୍‌ ସରପଞ୍ଚଙ୍କ ସ୍ୱାମୀ ଓ ୬ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ appeared first on OTV Khabar..



from OTV Khabar. https://ift.tt/3hMqlxy
ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ Rajalaxmi Sahoo ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ Rajalaxmi Sahoo Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.