ପାଟନା, ୨୫।୦୯: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନର ଶୁକ୍ରବାର ବିହାର ବିଧାନସଭା ତାରିଖ ବାବଦରେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଆଜି ଦିନ ୧୨ଟା ୩୦ରେ ନିର୍ବାଚନର ତାରିଖ ଘୋଷଣା ହୋଇପାରେ ।
ବିଧାନସଭା ନିର୍ବାଚନକୁ ନେଇ ବିହାରରେ ରାଜନୈତିକ ପାଣିପାଗ ସରଗରମ ରହିଛି । ରାଜ୍ୟରେ ବିରୋଧି ଦଳର ମହାମେଂଟରେ ସାମିଲ ହୋଇଥିବା ଆରଏଲଏସପି ବୁଧବାର ମେଣ୍ଟରୁ ବାହାରିବା ନେଇ ସଙ୍କେତ ଦେଇଛି ।
Election Commission's press conference to be held over #BiharElections : Sheyphali Sharan, Official Spokesperson, Election Commission of India https://t.co/Bl9jJJxGNy
— ANI (@ANI) September 25, 2020
ଦଳର ରାଷ୍ଟ୍ରୀୟ ମହାସଚିବ ମାଧବ ଆନନ୍ଦ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଦଳ ନୂଆ ବିକଲ୍ପ ସନ୍ଧାନ କରିବ । ଏନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ମହାମେଣ୍ଟରେ କିଛି ଠିକ୍ ଚାଲୁନାହିଁ । ତେଣୁ ସମୟ ପୂର୍ବରୁ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଥିଲେ ।
from Prameya News7 https://ift.tt/3mQLbQ8

No comments: