ଭୁବନେଶ୍ୱର, ୨୫।୦୯: ରାଜଧାନୀରେ ପିସ୍ତଲ ଡିଲ୍ର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଡିଲ୍ ଚାଲିଥିବା ବେଳେ ଏସଟିଏଫ ଚଢାଉ କରି ୨ଜଣଙ୍କୁ ଗିରଫ କରିଛି ।
ସୂଚନାନୁସାରେ, ରାଜଧାନୀରେ ଏବେ କିଛିଦିନ ଧରି ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚୋରା ବନ୍ଧୁକ ବେପାରୀଙ୍କ ଉପରେ କଡା ନଜର ମଧ୍ୟ ରଖୁଥିଲା ।
କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ପୋଲିସ କଳ୍ପନା ଛକରେ ଚଢାଉ କରିଥିଲା । ସେଠାରେ ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ୨ ଯୁବକଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାପଡିଛି । ସ୍କର୍ପିଓ ଭିତରୁ ଜଣେ ଦେହଜୀବୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।୨ ଯୁବକଙ୍କୁ ଗିରଫ ପରେ ସେମାନଙ୍କୁ ବଡଗଡ ଥାନାକୁ ହସ୍ତାନ୍ତର କରାଯାଇଛି ।
ତେବେ ବିକିବାକୁ ଆସିଥିବା ବ୍ୟବସାୟୀ ଫେରାର ଥିବା ଏସଟିଏଫ ଓ ପୋଲିସ କହିଛି। ଉଦ୍ଧାର ହୋଇଥିବା ମହିଳା ଜଣଙ୍କର ଘର ନିମାପଡା ବୋଲି ପୋଲିସ କହିଛି।୩ ଜଣଙ୍କ ଅପରାଧିକ ରେକର୍ଡକୁ ଯାଞ୍ଚ କରୁଛି ଏସଟିଏଫ ଓ ବଡଗଡ ଥାନା ପୋଲିସ।
from Prameya News7 https://ift.tt/34d0fiz

No comments: