ଆଉ ଚାଲିବନି ମାଲିକଙ୍କ ଚାଲାକି..! ଭଡାଟିଆଙ୍କୁ କେନ୍ଦ୍ର ସରକାର ଦେଲେ ବଡ ଅଧିକାର…ଏଣିକି ବିଜୁଳୀ ବିଲ୍ ନାଁରେ ଭଡାଟିଆଙ୍କୁ ଅଧିକ ଟଙ୍କା ମାଗିପାରିବେନି ଘର ମାଲିକ Kanak News

କନକ ବ୍ୟୁରୋ: ବିଜୁଳୀ ଉପଭୋକ୍ତାଙ୍କ ପାଇଁ ଖୁବ୍ ଶୀଘ୍ର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଦେଶରେ ପ୍ରଥମ ଥର ଲାଗି ବିଜୁଳି ଉପଭୋକ୍ତାଙ୍କ ଅଧିକାରକୁ ନଜରରେ ରଖି ନୂଆ ଆଇନ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର । ଫଳରେ ଏହି ଆଇନ ଦ୍ୱାରା ଅଧିକ ବିଜୁଳି ବିଲ ଆଦାୟ କରୁଥିବା ଘର ମାଲିକଙ୍କ ଉପରେ ଅଙ୍କୁଶ ଲଗାଯିବ । ତେବେ କେନ୍ଦ୍ର ସରକାରଙ୍କ ଏହି ନୂଆ ଆଇନରେ ଯେଉଁ ଘର ମାଲିକମାନେ ଭଡାଟିଆଠାରୁ ବିଜୁଳି ବିଲ୍ ଆଳରେ ଅଧିକ ଟଙ୍କା ଆଦାୟ କରୁଛନ୍ତି ସେଭଳି ମାଲିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର । ତେବେ ନୂଆ ବ୍ୟବସ୍ଥା ଆସିବା ପରେ ନିର୍ଧାରିତ ଦରଠାରୁ ଅଧିକ ଟଙ୍କା ଦାବି କରିବା ଏବେ ଅପରାଧ ରୂପେ ବିବେଚନା କରାଯିବ ।

ସେହିଭଳି ଯଦି କୌଣସି ମାଲିକ ସବ୍ ମିଟର ଲଗାଇ ଭଡାଟିଆଙ୍କୁ ବିଜୁଳି ବିକ୍ରି କରୁଛନ୍ତି ତେବେ ତାଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ କେନ୍ଦ୍ର ସରକାର ଉଭୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ବିଦ୍ୟୁତ୍ ବିନିୟାମକ ଆୟୋଗଙ୍କୁ କଠୋର ଆଭିମୁଖ୍ୟ ପୋଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ, କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଜୁଳି ବିକ୍ରି କରିବାର ଅଧିକାର କାହାକୁ ବି ଦିଆଯାଇନାହିଁ । ବିଜୁଳି ବିଲ୍ ଆଳରେ ଘର ମାଲିକ ଭଡାଟିଆଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରିପାରିବେ ନାହିଁ ।
ଅଧିକ ବିଲ୍ ଆଦାୟ ଉପରେ ଲାଗିବ ଲଗାମ

ସାଧାରଣତଃ ସହରାଂଚଳରେ ଭଡାଟିଆଙ୍କ ସଂଖ୍ୟା ଅଧିକ ରହିଥାଏ । ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ କି ଘର ମାଲିକ ଭଡାଟିଆଙ୍କଠାରୁ ପ୍ରତି ମଟର ପିଛା ସରକାର ଦ୍ୱାରା ଧାର୍ଯ୍ୟ ରେଟଠାରୁ ୪ରୁ ୫ ଟଙ୍କା ଅଧିକ ଆଦାୟ କରିଥାନ୍ତି । ଏପରିକି ସବ ମିଟର ଲଗାଇ ମାଲିକ ଭଡାଟିଆଙ୍କଠାରୁ ୟୁନିଟ୍ ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦାବୀ କରିଥାନ୍ତି । ତେଣୁ ଲୋକଙ୍କ ହୀତ ପାଇଁ ସରକାର ଐତିହାସିକ ପ୍ରୋ-କନଜ୍ୟୁମର ମୁଭ ଡ୍ରାଫ୍ଟ ଇଲେକ୍ଟ୍ରିସିଟି ରୁଲ୍ସ ୨୦୨୦ ଲାଗୁ କରିବାକୁ ଯାଇଛନ୍ତି । ସେହିଭଳି ଏହି ନୂଆ ଆଇନ ବଳରେ ଭଡାଟିଆମାନେ ମଧ୍ୟ ଅଲଗା ରୂପେ ବିଜୁଳୀ କନେକ୍ସନ ନେଇପାରିବେ । ଆଉ ଏହାକୁ ତାଙ୍କୁ ରେଟ୍ ଏଗ୍ରିମେଂଟ ଆଧାରରେ ମିଳିବ । ଏଥିପାଇଁ ଭଡାଟିଆଙ୍କୁ ମଧ୍ୟ ମିଟରରେ ରେଟ୍ ଦେବା ବାଧ୍ୟତାମୂଳକ ହେବ । ତେବେ ଏହି ନୂଆ ଆଇନକୁ ନେଇ ଶକ୍ତି ମନ୍ତ୍ରାଳୟ ଚଳିତ ମାସ ୩୦ ତାରିଖ ସୁଦ୍ଧା ଉପଭୋକ୍ତଙ୍କ ପରାମର୍ଶ ଲୋଡିଛି ଏବଂ ମତାମତ ମିଳିବା ପରେ ଏହାକୁ ଦେଶବ୍ୟାପୀ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।



from Kanak News https://ift.tt/367sK3M https://ift.tt/3j0Ezw0
ଆଉ ଚାଲିବନି ମାଲିକଙ୍କ ଚାଲାକି..! ଭଡାଟିଆଙ୍କୁ କେନ୍ଦ୍ର ସରକାର ଦେଲେ ବଡ ଅଧିକାର…ଏଣିକି ବିଜୁଳୀ ବିଲ୍ ନାଁରେ ଭଡାଟିଆଙ୍କୁ ଅଧିକ ଟଙ୍କା ମାଗିପାରିବେନି ଘର ମାଲିକ Kanak News ଆଉ ଚାଲିବନି ମାଲିକଙ୍କ ଚାଲାକି..! ଭଡାଟିଆଙ୍କୁ କେନ୍ଦ୍ର ସରକାର ଦେଲେ ବଡ ଅଧିକାର…ଏଣିକି ବିଜୁଳୀ ବିଲ୍ ନାଁରେ ଭଡାଟିଆଙ୍କୁ ଅଧିକ ଟଙ୍କା ମାଗିପାରିବେନି ଘର ମାଲିକ Kanak News Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.