ବିଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୪ ଭାଲୁ, ଯୁବକ ଗୁରୁତର

ନୂଆପଡା, ୨୫।୦୯:  ନୂଆପଡାରେ ପୁଣି ଭାଲୁ ଆତଙ୍କ  । ଜିଲ୍ଲାର ଦର୍ଲିମୁଣ୍ଡା ଗ୍ରାମର ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଦର୍ଲିମୁଣ୍ଡା ଗ୍ରାମର କିଶୋର ପ୍ରଧାନ ନାମକ ଜଣେ ବ୍ୟକ୍ତି ଆଜି ସକାଳୁ ପାଖ ବିଲକୁ ଯାଇଥିଲେ । ସେହି ସମୟରେ ତାଙ୍କୁ ୪ ଟି ଭାଲୁ ଆକ୍ରମଣ କରିଥିଲେ । ତେବେ ସେ ଚିତ୍କାର କରିବାରୁ ଭାଲୁମାନେ ପଳାଇଥିଲେ । ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ବିଲରେ ପହଁଚି କିଶୋରଙ୍କୁ ଉଦ୍ଧାର କରିଥିଲେ  । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।



from Prameya News7 https://ift.tt/3kKMsGh
ବିଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୪ ଭାଲୁ, ଯୁବକ ଗୁରୁତର ବିଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୪ ଭାଲୁ, ଯୁବକ ଗୁରୁତର Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.