କୃଷି ବିଲ୍‌କୁ ବିରୋଧ : ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା, କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ କରୁଛନ୍ତି ସମର୍ଥନ

ନୂଆଦିଲ୍ଲୀ, ୨୫।୦୯:  କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କୃଷି ବିଲକୁ ଦେଶରେ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି। ଏପରିକି ଅନେକ କୃଷକ ସଙ୍ଗଠନ ମଧ୍ୟ ଏହା ବିରୋଧରେ ରହିଛନ୍ତି । ତେବେ ଶୁକ୍ରବାର ୧୦ରୁ ଅଧିକ କୃଷକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ।ଫଳରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ କୃଷକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଏହି ଭାରତ ବନ୍ଦକୁ ଅନେକ ରାଜନୈତିକ ଦଳ ସମର୍ଥନ କରିଛନ୍ତି ।

ଅଲ ଇଣ୍ଡିଆ କିଷାନ ସଙ୍ଘର୍ସ କୋର୍ଡିନେସନ କମିଟି, ଅଲ ଇଣ୍ଡିଆ କୃଷକ ମହାସଙ୍ଘ, ଭାରତୀୟ କୃଷକ ୟୁନିଅନ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ବାମଦଲ, ଟିଏମସି, ଡିଏମକେ, ଟିଆରଏସ, ଆପ୍ , ଶିବସେନା ସମେତ ପ୍ରାୟ ୧୮ଟି ରାଜନୈତିକ ଦଳ ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି । ସେହିପରି ଅନେକ ଶ୍ରମିକ ସଙ୍ଗଠନ ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି ।

ଦେଶର ଅନେକ ସ୍ଥାନରେ କୃଷି ବିଲକୁ ବିରୋଧ କରି କୃଷକମାନେ ରେଳ ରୋକ୍ କରିଛନ୍ତି । ଉତ୍ତର ଭାରତରେ ବନ୍ଦର ପ୍ରଭାବ ବେଶୀ ପଡିଛି ।



from Prameya News7 https://ift.tt/3kMUG0E
କୃଷି ବିଲ୍‌କୁ ବିରୋଧ : ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା, କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ କରୁଛନ୍ତି ସମର୍ଥନ କୃଷି ବିଲ୍‌କୁ ବିରୋଧ : ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା, କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ କରୁଛନ୍ତି ସମର୍ଥନ Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.