ରୋଗୀ ନେଇ ଫେରୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ, ରୋଗୀଙ୍କ ସହ ସଂପର୍କୀୟ ଆହତ

ଭଦ୍ରକ ୨୬।୯: ରୋଗୀ ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ । ଡ୍ରାଇଭର ଛୁ । ରୋଗୀଙ୍କ ସହ ସଂପର୍କୀୟମାନେ ଆହତ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନହରା ଅଞ୍ଚଳର ଭବଶଙ୍କର ମିଶ୍ର କଟକ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କୁ ଦେଖାଇ ଘରକୁ ଫେରୁଥିଲେ । ଘରକୁ ଫେରୁଥିବା ବେଳେ ଭୋର ସମୟରେ ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ରାହାଞ୍ଜ ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ରାସ୍ତା କଡରେ ସମସ୍ତେ ପଡିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ଭଡାରେ କଟକରୁ ଆମ୍ବୁଲାନ୍ସ ନେଇ ଆସୁଥିଲେ । ଆହତଙ୍କ ନାମ ସୁଶାନ୍ତ ମିଶ୍ର, ସୁମନ୍ତ ମିଶ୍ର, ଶାନ୍ତିଲତା ବୋଲି ସୂଚନା ମିଳିଛି । ସମସ୍ତ ଆହତ ଓ ଗୁରୁତର ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।



from Prameya News7 https://ift.tt/2EzTn5X
ରୋଗୀ ନେଇ ଫେରୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ, ରୋଗୀଙ୍କ ସହ ସଂପର୍କୀୟ ଆହତ ରୋଗୀ ନେଇ ଫେରୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ, ରୋଗୀଙ୍କ ସହ ସଂପର୍କୀୟ ଆହତ Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.