ଧୂଆଁ କାରବାରର ପୂରା ଜାଲକୁ ଖୋଲି ଦେବ କି ଏନସିବି !! ଦୀପିକାଙ୍କ ଉପରେ ପଡିବ କି ଶନିଦଶା Kanak News

କନକ ବ୍ୟୁରୋ : ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ କାମ କରୁଥିବା ୩୪ ବର୍ଷର ଏକ ତଦନ୍ତକାରୀ ସଂସ୍ଥା । ଆଇଆରଏସ, ଆଇପିଏସ ଓ ପାରାମିଲିଟାରୀ ଫୋର୍ସର ଅଧିକାରୀଙ୍କୁ ଏଥିରେ ଦିଆଯାଏ ନିଯୁକ୍ତି । ୧୭ ମାର୍ଚ୍ଚ ୧୯୮୬ରେ ଏହାକୁ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଗଢାଯାଇଥିଲା । ଆଉ ଏବେ ବଲିଉଡରୁ ନିଶାର ଧୁଆଁକୁ ହଟାଉଛି ଏହି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ- ଏନସିବି ।

ଧୁଆଁ ହଟିବା ପରେ ଏମିତି ଚେହେରା ସବୁ ସାମ୍ନାକୁ ଆସୁଛି, ଆଖିକୁ ବିଶ୍ୱାସ କରି ହେଉନି । ନମ୍ବର ୱାନ ନାୟିକା ଦୀପିକା ପାଦୁକୋନଙ୍କଠୁ ଆରମ୍ଭ କରି ନମ୍ବର ୱାନ ପ୍ରଯୋଜନା ସଂସ୍ଥା ଧର୍ମା ପ୍ରଡକ୍ସନ୍ସ ଯାଏଁ ଲମ୍ବିଛି ବଲିଉଡ ନିଶାଲୋକର ସାମ୍ରାଜ୍ୟ । ଅଭିନେତ୍ରୀ ରକୁଲ ପ୍ରିତଙ୍କ ପାଇଁ ସଂକଟ ନେଇ ଆସିଥିଲା ଶୁକ୍ରବାର । ଅଭିନେତ୍ରୀ ଦୀପିକା ପାଦୁକୋନ୍, ଶ୍ରଦ୍ଧା କାପୁର ଓ ସାରା ଅଲି ଖାନଙ୍କ ଉପରେ ଶନିଦଶା ପଡିବାକୁ ଯାଉଛି ।

ଦିନ ୧୦ଟାରେ ମୁମ୍ବାଇସ୍ଥିତ ଏନସିବି ଗେଷ୍ଟହାଉସରେ ପହଂଚିବା ଲାଗି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରାଯାଇଛି । ଦୀପିକାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଶୁକ୍ରବାର ଜେରା କରିଥିଲା ଏନସିବି । ଅନୁମାନ କରାଯାଉଛି ତାଙ୍କରି ବୟାନ ଆଧାରରେ ଦୀପିକାଙ୍କୁ ପ୍ରଶ୍ନ କରିପାରେ ଯାଂଚ ସଂସ୍ଥା । ଏପରିକି ଦୀପିକା ଓ କରିଶ୍ମାଙ୍କୁ ସାମ୍ନାସାମ୍ନି ବସାଇ ପଚରା ଉଚରା କରାଯିବ । ଦୀପିକା ଓ କରିଶ୍ମାଙ୍କ ଭିତରେ ଏକ ହ୍ୱାଟ୍ସଆପ ଚାଟରୁ ଜଣା ପଡିଥିଲା ଦୀପିକାଙ୍କ ଡ୍ରଗ୍ସ କନେକ୍ସନ ।

ଯେଉଁ ହ୍ୱାଟ୍ସଆପ ଚାଟ କଥା କୁହାଯାଉଛି, ତାର ଗ୍ରୁପ ଆଡମିନ ଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ । ସେହିପରି ଅଭିନେତ୍ରୀ ସାରା ଅଲି ଖାନଙ୍କୁ ଦିନ ସାଢେ ୧୦ଟାରେ ହାଜର ହେବାକୁ ସମନ ହୋଇଛି । ଗୋଆରେ ଫିଲ୍ମ ସୁଟିଂ ପାଇଁ ଯାଇଥିବା ସାରା ଅଲି ଖାନଙ୍କୁ ଏନସିବି ସମନ ମିଳିବା ପରେ ସେ ଗୁରୁବାର ମୁମ୍ବାଇ ଫେରିଥିଲେ ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ କେଦାରନାଥ ଫିଲ୍ମ ସୁଟିଂବେଳେ ସାରା ଅଲି ଡ୍ରଗ୍ସ ନେଉଥିବା ଅଭିଯୋଗ ରହିଛି । ସୁଟିଂ ସେଟରୁ ଆରମ୍ଭ କରି ସୁଶାନ୍ତଙ୍କ ଫାର୍ମ ହାଉସରେ ମଧ୍ୟ ସେ ନିଷିଦ୍ଧ ଗଞ୍ଜେଇ ନେଉଥିଲେ । ଏହାପରେ ଅଭିନେତ୍ରୀ ଶ୍ରଦ୍ଧା କାପୁର ମଧ୍ୟ ଏନସିବିରେ ହାଜର ହେବେ । ଟ୍ୟାଲେଂଟ ମ୍ୟାନେଜର ଜୟା ପ୍ରକାଶଙ୍କ ସହ ଏକ ହ୍ୱାଟ୍ସଆପ ଚାଟରେ ନିଷିଦ୍ଧ ସିବିଡି ଅଏଲ ମଗାଇଥିଲେ ଏହି ଅଭିନେତ୍ରୀ ।



from Kanak News https://ift.tt/344OhXU https://ift.tt/309ZSUs
ଧୂଆଁ କାରବାରର ପୂରା ଜାଲକୁ ଖୋଲି ଦେବ କି ଏନସିବି !! ଦୀପିକାଙ୍କ ଉପରେ ପଡିବ କି ଶନିଦଶା Kanak News ଧୂଆଁ କାରବାରର ପୂରା ଜାଲକୁ ଖୋଲି ଦେବ କି ଏନସିବି !! ଦୀପିକାଙ୍କ ଉପରେ ପଡିବ କି ଶନିଦଶା Kanak News Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.