ଚୋରା ଚାଲାଣ ବେଳେ ୧୪୦ ବସ୍ତା ଭାଙ୍ଗ ଜବତ, ୩ ଗିରଫ

ମୁନିଗୁଡା ୨୬।୯: ବିପୁଳ ପରିମାଣର ଭାଙ୍ଗ ଜବତ ସହ ୩ ଜଣ ଗିରଫ ହୋଇଛନ୍ତି । ଚୋରା ଚାଲାଣ ବେଳେ ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ଏକ ମିନି ଟ୍ରକ୍ ରୁ ୧୪୦ ବସ୍ତା ଭାଙ୍ଗ ଜବତ କରିଛି । ଜବତ ଭାଙ୍ଗର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୋଲିସ ଏସ୍ ଭେଙ୍କେଟରାଓ, ଏମ ପ୍ରସାଦ ଓ ବିନୟ କୁମାର ଅଗ୍ରଓ୍ବାଲଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଗତ ଜୁଲାଇ ୨୧ ତାରିଖରେ ମଧ୍ୟ ବିଷକକଟକ ପୋଲିସ ୮୦ ବସ୍ତା ଭାଙ୍ଗ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।



from Prameya News7 https://ift.tt/309SyIK
ଚୋରା ଚାଲାଣ ବେଳେ ୧୪୦ ବସ୍ତା ଭାଙ୍ଗ ଜବତ, ୩ ଗିରଫ ଚୋରା ଚାଲାଣ ବେଳେ ୧୪୦ ବସ୍ତା ଭାଙ୍ଗ ଜବତ, ୩ ଗିରଫ Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.