ଇରାନକୁ ଟ୍ରମ୍ପଙ୍କ ଧମକ, ‘ଜଣେ ବି ଆମେରିକୀୟ ନାଗରିକଙ୍କ ଆକ୍ରମଣ କଲେ ପ୍ରତିଆକ୍ରମଣ ହଜାରେ ଗୁଣା ହେବ’

ନୂଆଦିଲ୍ଲୀ ୧୬।୦୯: କିଛି  ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଯାଇଛି ଆମେରିକା-ଇରାନ ମଧ୍ୟରେ ତିକ୍ତତା । ଇରାନ ସେନା କମାଣ୍ଡର କାସିମ୍‌ ସୁଲେମାନୀଙ୍କ ମୃତ୍ୟୁ ପରେ ଉଭୟ ଦେଶଙ୍କ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା । କିନ୍ତୁ ପର୍ଯ୍ୟାୟକ୍ରମେ ଏଥିରେ ଶିଥିଳ ପଡିଥିଲା । କିନ୍ତୁ ଏବେ ପୁଣି ଥରେ ଉଭୟ ଦେଶ ମଧ୍ୟରେ ଆରମ୍ଭ ହେଉଛି ବାକ୍‌ଯୁଦ୍ଧ ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ୍‌କୁ ଚେତାବନୀ ଦେବା ସହ ଏହି କହିଛନ୍ତି ଯେ, ଯଦି ଆମେରିକା ଉପରେ କୌଣସି ପ୍ରକାରର ଆକ୍ରମଣ କରିବାକୁ ଇରାନ୍‌ ଯୋଜନା କରେ, ତେବେ ଇରାନକୁ ପରିମାଣ ଭୋଗିବାକୁ ପଡିବ । ଇରାନ୍‌ର ଆକ୍ରମଣର ୧୦୦୦ଗୁଣା ଆକ୍ରମଣ କରିବ ଆମେରିକା ।

ଜାନୁଆରୀ ମାସରେ ଆମେରିକାର ଆକ୍ରମଣରେ ଇରାନ ସୈନ୍ୟ କମାଣ୍ଡର କାସିମ୍‌ ସୁଲେମୀନଙ୍କ ନିହତ କରାଯାଇଥିଲା । ଏହାର ପ୍ରତିଶୋଧ ନେବାକୁ ଇରାନ ପ୍ରସ୍ତୁତ ହେଉଛି ବୋଲି କିଛି ଅନ୍ତର୍ଜୀତୀୟ ଗଣମାଧ୍ୟମରେ ଖବର ଚାଲୁଥିଲା । ଯାହାପରେ ଆମେରିକା ରାଷ୍ଟ୍ରପତି ଏପରି ବୟାନ ଦେଇଛନ୍ତି ।

ଇରାନ ଦକ୍ଷିଣ ଆଫ୍ରିକାରେ ଆମେରିକା ରାଜଦୁତଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଛି ବୋଲି ଖବର ଆସିଥିଲା  । ଏହାପରେ ଟ୍ରମ୍ପ ଏବେ ତେହେରାନକୁ ଚେତାବନୀ ଦେଇ ଦେଇଛନ୍ତି ଯେ, ଯଦି ଇରାନ କାସିମ ସୁଲେମାନୀର ହତ୍ୟାର ପ୍ରତିଶୋଧ ନେବାକୁ ଆମେରିକା କିମ୍ବା ଆମେରିକାର ଲୋକଙ୍କ ଉପରେ ଆକ୍ରମଣ କରେ , ତେବେ ଇରାନର ଆକ୍ରମଣର ଜବାବରେ ଆମେରିକା ୧୦୦୦ଗୁଣା ବଡ଼ ଆକ୍ରମଣ କରିବ ।

ଆମେରିକା ରାଷ୍ଟ୍ରପତି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଖବର ଆସୁଛି କି ଇରାନ କୁଆଡେ କାସିମ୍‌ ସୁଲେମାନୀର ହତ୍ୟାର ପ୍ରତିଶୋଧ ନେବାକୁ (ଆମେରିକା ରାଜଦୂତଙ୍କୁ) ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛି । କାସିମ୍‌ ସୁଲେମୀନଙ୍କ ହତ୍ୟା ଭବିଷ୍ୟତରେ ଆମେରିକୀୟ ସୈନିକମାନଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ଓ ହତ୍ୟା ରୋକିବା ପାଇଁ ନିଆଯାଇଥିଲା ।  



from Prameya News7 https://ift.tt/33Bs6Zr
ଇରାନକୁ ଟ୍ରମ୍ପଙ୍କ ଧମକ, ‘ଜଣେ ବି ଆମେରିକୀୟ ନାଗରିକଙ୍କ ଆକ୍ରମଣ କଲେ ପ୍ରତିଆକ୍ରମଣ ହଜାରେ ଗୁଣା ହେବ’ ଇରାନକୁ ଟ୍ରମ୍ପଙ୍କ ଧମକ, ‘ଜଣେ ବି ଆମେରିକୀୟ ନାଗରିକଙ୍କ ଆକ୍ରମଣ କଲେ ପ୍ରତିଆକ୍ରମଣ ହଜାରେ ଗୁଣା ହେବ’ Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.