ତିନି ବାଇକ୍ ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ, ୪ଜଣଙ୍କ ଅବସ୍ଥା ଗୁରୁତର

ମାଲକାନଗିରି ୧୬।୦୯: ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତିନି ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମାଲକାନଗିରି ଜିଲ୍ଲା ମାର୍କାପାଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଦୁଇ ବାଇକ ଆରୋହୀ ମାଛିଆମ ଓ ବାପନପାଲି ଗାଁର ବୋଲି ଜଣାପଡିଛି । ଗୁରୁତର ମାନଙ୍କୁ ଗାଁ ଲୋକେ 108 ଆମ୍ବୁଲାନସ ଯୋଗେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ପଠାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା କିପରି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ ।



from Prameya News7 https://ift.tt/3mjW64m
ତିନି ବାଇକ୍ ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ, ୪ଜଣଙ୍କ ଅବସ୍ଥା ଗୁରୁତର ତିନି ବାଇକ୍ ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ, ୪ଜଣଙ୍କ ଅବସ୍ଥା ଗୁରୁତର Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.