କେନ୍ଦ୍ରାପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ Rajalaxmi Sahoo

କେନ୍ଦ୍ରାପଡ଼ା: ହୃଦ୍‌ଘାତରେ କେନ୍ଦ୍ରାପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ ହୋଇଯାଇଛି। ସରକାରୀ ବାସଭବନରେ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

୨୦୧୭ରେ ସେ ଗାଙ୍ଗପଡ଼ା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ୍‌ ଅଧକ୍ଷ ଭାବେ କାର୍ଯ୍ୟରତ ଥିଲେ। ଅନାମବନ୍ଧୁଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

The post କେନ୍ଦ୍ରାପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ appeared first on OTV Khabar..



from OTV Khabar. https://ift.tt/3iATooY
କେନ୍ଦ୍ରାପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ Rajalaxmi Sahoo କେନ୍ଦ୍ରାପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ Rajalaxmi Sahoo Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.