ରାଜଧାନୀରୁ ୮୫କିଲୋର ଗଞ୍ଜେଇ ଜବତ

ଭୁବନେଶ୍ୱର ୧୮।୦୯: ରାଜଧାନୀରୁ ପୁଣି ଜବତ ହେଲା ଗଞ୍ଜେଇ । ଭୁବନେଶ୍ୱର ଉପକଣ୍ଠ ଭରତପୁର ବସ୍ତିରୁ ଜବତ ହେଲା ଗଞ୍ଜେଇ । ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ ହୋଇଛି ।

ଖବର ଅନୁଯାୟୀ, ଭରତପୁରର ଏକ ବସ୍ତିରୁ ପ୍ରାୟ ୮୫କିଲୋର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ସ୍ଥାନୀୟ ଅଞ୍ଚଳରେ ଅଚାନତ ଚଢାଉ କରି ଗଞ୍ଜେଇ ସହ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରିଛି । ତେବେ ଦିନକୁ ଦିନ ରାଜଧାନୀରେ ବଢିବାକୁ ଲାଗିଛି ଚୋରା ଗଞ୍ଜେଇ କାରବାର । କିଛି ଦିନ ତଳେ ବିଭିନ୍ନ ଅଞ୍ଚଳରୁ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପୂର୍ବରୁ ସୀମାନ୍ତ ଅଞ୍ଚଳରୁ ଗଞ୍ଜେଇ ଜବତ ହୋଇଥିଲା । କିନ୍ତୁ ଏବେ ଖୋଦ୍‌ ରାଜଧାନୀରୁ ଏତେ ପରିମାଣର ଗଞ୍ଜେଇ ଜବତ । ଯାହାକି ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।



from Prameya News7 https://ift.tt/2RBfBYf
ରାଜଧାନୀରୁ ୮୫କିଲୋର ଗଞ୍ଜେଇ ଜବତ ରାଜଧାନୀରୁ ୮୫କିଲୋର ଗଞ୍ଜେଇ ଜବତ Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.