ଝାରସୁଗୁଡା ୧୮।୦୯ : ଝାରସୁଗୁଡ଼ା ଜିଲ୍ଲା ଲଇକେରା ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ ଲାଗିଛି । ଅଗ୍ନିକାଣ୍ଡରେ ଅଫିସ ସାମଗ୍ରୀ, କମ୍ପ୍ୟୁଟର ଓ କାଗଜ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସେହିପରି ୩ଲକ୍ଷରୁ ଅଧିକ ଟଙ୍କା କ୍ଷତି ହୋଇଛି ବୋଲି ଅନୁମାନ କରାଯାଉଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଝାରସୁଗୁଡ଼ା ଜିଲ୍ଲା ଲଇକେରା, ସାରଙ୍ଗଲୋଇ, କୁଲେମୁରା ଆଦି ୩ଟି ପଞ୍ଚାୟତର ପ୍ରାୟ ୨୫୦୦ଚାଷୀଙ୍କ ଚାଷୀ ଋଣ କାଗଜପତ୍ର, ଅଫିସର କମ୍ପ୍ୟୁଟର ଟେବୁଲ ଆଦି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସେପଟେ ପୋଲିସ ମଧ୍ୟ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ସୋସାଇଟିରେ ନିଆଁ ଲାଗି କାଗଜପତ୍ର ନଷ୍ଟ ହୋଇଥିବାରୁ ଚାଷୀମାନଙ୍କ ଆଗାମୀ ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାରୁ ପଡିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
from Prameya News7 https://ift.tt/3mw6i9X
ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ, ପୋଡିଗଲା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର
Reviewed by SUBHENDU BARAL
on
September 17, 2020
Rating:

No comments: