ବିରାଟ କୋହଲି ଓ ତମନ୍ନାଙ୍କ ବିରୋଧରେ ଆସିଲା ଏମିତି ଅଭିଯୋଗ Rajalaxmi Sahoo

ଚେନ୍ନାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ଅନ୍‌ଲାଇନ୍‌ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମାଦ୍ରାସ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଛି।

ଆଇନଜୀବୀ ତଥା ସାମାଜିକ କର୍ମୀ ଏ ପି ସୂର୍ଯ୍ୟପ୍ରକାଶମ୍‌ ଏହି ପିଟିସନ୍‌ ଦାଖଲ କରିଛନ୍ତି। କୋହଲି ଓ ତମନ୍ନାଙ୍କ ଭଳି ବଡ଼ ବଡ଼ ସେଲେବ୍ରିଟିମାନଙ୍କ ମାଧ୍ୟମରେ କମ୍ପାନୀ ଗୁଡ଼ିକ ଜୁଆ ଖେଳ ଚଳାଇଛନ୍ତି ଏବଂ ସେମାନେ ମଧ୍ୟ ଏଭଳି ୱେବ୍‌ସାଇଟ୍‌ ଓ ଆପ୍‌ ଗୁଡ଼ିକର ପ୍ରମୋସନ୍‌ କରୁଛନ୍ତି। ଯାହା ଏକ ଅପରାଧ। ତେଣୁ ଏଭଳି ୱେବ୍‌ସାଇଟ୍‌ ଓ ଆପ୍‌ ଗୁଡ଼ିକୁ ସମର୍ଥନ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ ମକଦ୍ଦମା ଦାଏର କରିବା ସହ ଗିରଫ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଏହାସହ ସମସ୍ତ ଅନ୍‌ଲାଇନ୍‌ ଜୁଆ ଖେଳ ୱେବ୍‌ସାଇଟ୍‌ ଓ ଆପ୍‌ ଗୁଡ଼ିକୁ ବ୍ୟାନ୍‌ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ହଜାର ହଜାର ଯୁବକଯୁବତୀଙ୍କ ଜୀବନକୁ ନଷ୍ଟ ହେଉଥିବା ସେ କହିଛନ୍ତି।

ଆସନ୍ତାକାଲି କୋର୍ଟରେ ଏହି ମାମଲାର ଶୁଣାଣି ହେବ।

ଅନ୍‌ଲାଇନ୍‌ ଜୁଆ ଖେଳରେ ବୋନସ୍‌ ପାଇବା ଲୋଭରେ ଯୁବକଯୁବତୀମାନେ ସେମାନଙ୍କର ଟଙ୍କା ଲଗାଉଛନ୍ତି। ଆଉ ଯଦି ସେମାନେ ଏଥିରେ ହାରି ଯାଉଛନ୍ତି ଅର୍ଥାତ୍ କ୍ଷତି ହେଉଛି, ତା’ହେଲେ ସେମାନେ ଟଙ୍କା ଲୋନ୍‌ କରିବା ସହ ଅନେକ ଅପରାଧିକ ମାମଲାରେ ନିଜକୁ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି।

The post ବିରାଟ କୋହଲି ଓ ତମନ୍ନାଙ୍କ ବିରୋଧରେ ଆସିଲା ଏମିତି ଅଭିଯୋଗ appeared first on OTV Khabar..



from OTV Khabar. https://ift.tt/2DsUqn4
ବିରାଟ କୋହଲି ଓ ତମନ୍ନାଙ୍କ ବିରୋଧରେ ଆସିଲା ଏମିତି ଅଭିଯୋଗ Rajalaxmi Sahoo ବିରାଟ କୋହଲି ଓ ତମନ୍ନାଙ୍କ ବିରୋଧରେ ଆସିଲା ଏମିତି ଅଭିଯୋଗ Rajalaxmi Sahoo Reviewed by SUBHENDU BARAL on August 01, 2020 Rating: 5

No comments:

Powered by Blogger.