ଭୁବନେଶ୍ୱର ୦୨।୦୮: ପ୍ରାୟ ସାଢ଼େ ୪ମାସ ପରେ ଆଜି ଠାରୁ ରାଜଧାନୀରେ ଖୋଲିବ ସପିଂ ମଲ୍। ଏନେଇ ବିଏମ୍ ସି ରାଜଧାନୀରେ ବିଭିନ୍ନ ସପିଂ ମଲ୍ ଖୋଲିବାକୁ ଅନୁମତି ଦେଇଛି। ରାତି ୯ଟା ପର୍ଯ୍ୟନ୍ତ ମଲ୍ ଖୋଲିବାର ଅନୁମତି ଥିଲେ ହେଁ ଏଥିପାଇଁ ବହୁ କଟକଣା ଲଗାଯାଇଛି। ମଲ୍ ଖୋଲିବା ନେଇ ଏସ୍.ଓ.ପି. ଜାରି କରାଯାଇଛି । ତେବେ ମଲ୍ ପରିସରରେ ଥିବା ଫୁଡ୍ କୋର୍ଟ ଖୋଲିବ ନାହିଁ ।
ତେବେ ମଲ୍ ଭିତରେ ଗେମିଂ ଜୋନ୍, ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ସିନେମା ହଲ୍ , ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହଲ୍ , ଫନ୍ ଜୋନ୍ ବନ୍ଦ ରହିବ । ମଲ୍ ଭିତରେ କୌଣସି ପ୍ରମୋସନାଲ୍ ଆକ୍ଟିଭିଟି ହୋଇପାରିବ ନାହିଁ । ମଲ୍ କୁ ଆସୁଥିବା ବ୍ୟକ୍ତି କିମ୍ବା ଗ୍ରାହକ ଯେପରି ଏକାଠି ହେବେ ନାହିଁ ତା ଉପରେ ମଲ୍ କର୍ତ୍ତୃପକ୍ଷ ଧ୍ୟାନ ଦେବେ । ମଲ୍ ରେ ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ ।
ମଲ୍ ପ୍ରବେଶ ପଥରେ ଥର୍ମାଲ୍ ସ୍କାନିଂକୁ ବାଧ୍ୟତାମୂଳକ କରାଯାଇଛି । ମଲ୍ ଭିତରେ ସାମାଜିକ ଦୂରତା କଟକଣା କଡ଼ା ହେବ । ଅତି କମ୍ ରେ କର୍ମଚାରୀ ଓ ବ୍ୟକ୍ତିଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ମାସ୍କ ପିନ୍ଧିବା ନେଇ ମଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ । ସେହିପରି ହାତ ଧୋଇବା କିମ୍ବା ସାନିଟାଇଜ୍ ଉପରେ ମଲ୍ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ । ମଲ୍ ର କୌଣସି କର୍ମଚାରୀ ଯେପରି କାଶ, ଛିଙ୍କ, ଜ୍ବର ଭଳି କଣ୍ଡିସନ୍ ରେ କାମ ନକରନ୍ତି ତା ଉପରେ ଗୁରୁତ୍ବ ଦେବେ ।
ମଲ୍ ରେ କାର୍ଯ୍ୟରତ କର୍ମଚାରୀ ଓ ଗ୍ରାହକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ମଲ୍ ଖୋଲିବା ଖବର ଅନେକଙ୍କୁ ଆଶ୍ୱସ୍ତି ଦେଇଛି । କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଭୁବନେଶ୍ୱରର ସବୁ ମଲ୍ । ତେବେ ବି.ଏମ୍.ସି.ର ବଡ଼ ନିଷ୍ପତ୍ତି ପରେ କୋଭିଡ୍ କଟକଣା ନିୟମ ଅନୁସାରେ ଖୋଲିବ ସପିଙ୍ଗ ମଲ୍ ।
from Prameya News7 https://ift.tt/33hb97L
No comments: