ରାସ୍ତାରେ ଶିକ୍ଷକଙ୍କ ଅନଲାଇନ ଟ୍ରେନିଂ: ନେଟୱର୍କ ନଥିବାରୁ କେନ୍ଦୁଝର ତେଲକୋଇ ଅଂଚଳର ୭ ଜଣ ଶିକ୍ଷକ ଆସିଲେ ୪୦ କିଲୋମିଟର; ରାସ୍ତାକଡରେ ମୋବାଇଲ ମାଧ୍ୟମରେ ନେଲେ ପ୍ରଶିକ୍ଷଣ Kanak News
କନକ ବ୍ୟୁରୋ: ରାସ୍ତାରେ ଶିକ୍ଷକଙ୍କ ଅନଲାଇନ ଟ୍ରେନିଂ । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ , ଓସେପା ପକ୍ଷରୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ କିଭଳି ପାଠପଢାଯିବ ସେ ନେଇ ଶିକ୍ଷକଙ୍କୁ ମୋବାଇଲ ମାଧ୍ୟମରେ ଟ୍ରେନିଂ ଆରମ୍ଭ ହୋଇଛିା କେନ୍ଦୁଝର, କଳାହାଣ୍ଡି,କନ୍ଧମାଳ , ଝାରୁସୁଗୁଡା , କେନ୍ଦ୍ରପଡା ଓ ଖୋର୍ଧା ଜିଲ୍ଲାର ପଞ୍ଜିକୃତ ଶିକ୍ଷକଙ୍କୁ ଆପ ମାଧ୍ୟମରେ ତାଲିମ ଦିଆଯାଉଛି ।
ତେବେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର କାଳିଆହତା ଅଂଚଳରେ ମୋବାଇଲ ନେଟୱର୍କ ନଥିବାରୁ ୭ଜଣ ଶିକ୍ଷକ ୪୦ କିଲୋମିଟର ଦୂର ଖୁଂଟାପଡା ରେ ଜିଓ ଟାୱାରର ସାହାରା ନେଇ ପ୍ରଶିକ୍ଷଣ ନେବାକୁ ଆସିଥିଲେ । ପାଂଚଗୋଚ୍ଛିଆ ପାହାଡ ନିକଟ ରାସ୍ତା କଡରେ ବସି ନିଜ ମୋବାଇଲ ମାଧ୍ୟମରେ ପ୍ରଶିକ୍ଷଣ ନେଉଥିଲେ । ସେହି ରାସ୍ତା ଦେଇ ଆମ ପ୍ରତିନିଧି ଯାଉଥିବାବେଳେ ଘଟଣା ସମ୍ପର୍କରେ ବୁଝିଥିଲେ । କାଳିଆହତା ଅଂଚଳରୁ ଟେଲିସେବା ନଥିବାରୁ ସେମାନେ ବାଧ୍ୟ ହୋଇ ଏଠାକୁ ଆସିଥିବା ଶିକ୍ଷକ କହିଥିଲେ ।
from Kanak News https://ift.tt/39Q1BBS https://ift.tt/39NRNZb
No comments: