ପୁରୀ: ଦୁଇ ଥର କୋଭିଡ୍-୧୯ ଟେଷ୍ଟ୍ ପରେ ଯେଉଁ ସେବାୟତଙ୍କ ନମୁନା ନେଗେଟିଭ୍ ଆସିବ କେବଳ ସେହିମାନେ ହିଁ ଆଗାମୀ ବାହୁଡ଼ା ଯାତ୍ରାରେ ସାମିଲ ହୋଇପାରିବେ। ଏହାସହ ସେବାୟତଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଦୁଇଟି ମେଡିକାଲ କ୍ୟାମ୍ପ କରାଯିବ, ଯେଉଁଥିରେ ସବୁ ବିଭାଗର ଡାକ୍ତର ରହିବେ।
ଖାଲି ଏତିକି ନୁହେଁ, ପୁରୀରେ ଡୋରର୍ ଟୁ ଡୋର୍ ବୁଲି ସ୍ୱାସ୍ଥ୍ୟ ସୂଚନା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ, ମ୍ୟୁନିସିପାଲଟି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ। ନିଳାଦ୍ରୀ ବିଜେ ସରିବା ପରେ ଆହୁରି ୧୦ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ବଡ଼ଦାଣ୍ଡ ସହ ଆଖପାଖ ଗଳି ଗୁଡ଼ିକ ବି ସାନିଟାଇଜ୍ କରାଯିବ।
ଛତିଶା ନିଯୋଗ ବୈଠକ ପରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି।ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
The post ‘କରୋନା ରିପୋର୍ଟ ନେଗେଟିଭ୍ ଥିଲେ, ବାହୁଡ଼ା ଯାତ୍ରାରେ ସାମିଲ ହୋଇପାରିବେ ସେବାୟତ’ appeared first on OTV Khabar..
from OTV Khabar. https://ift.tt/31k3CEm
No comments: