କେନ୍ଦୁଝର: ବାଡ଼ିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବକ୍ସିବାରି ଗାଁରେ ଜଣେ ବ୍ୟକ୍ତି ବାଡ଼ିରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପୁଟକୁନି ମୁଣ୍ଡା। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ଘାସିରାମ ମୁଣ୍ଡା।
ଗତକାଲି ଘାସିରାମ ଓ ତାଙ୍କ ସ୍ତ୍ରୀ ପୁଟକୁନି ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଘାସିରାମ ପୁଟକୁନିଙ୍କୁ ଏକ ବାଡିରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଗାଁ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତ ସ୍ୱାମୀ ଘାସିରାମଙ୍କୁ ଗିରଫ କରିଛି।
The post ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ appeared first on OTV Khabar..
from OTV Khabar. https://ift.tt/3fXaI5M
ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ Rajalaxmi Sahoo
Reviewed by SUBHENDU BARAL
on
June 25, 2020
Rating:
No comments: