ମୌସୁମୀ ଦୁର୍ବଳ ପରେ ବଦଳୁଛି ପାଣିପାଗ : ତିନି ଦିନ ହେଲା ଅସ୍ତବ୍ୟସ୍ତ କରୁଛି ଗରମ ଓ ଗୁଳୁଗୁଳି, ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି Kanak News

କନକ ବ୍ୟୁରୋ : ପାହାନ୍ତା ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି। ଦିନରେ ଖରାର ପ୍ରକୋପ ଏତେ ଯେ ବର୍ଷା ଋତୁ ବି ଗ୍ରୀଷ୍ମଋତୁ ଭଳି ଲାଗିଲାଣି। ଗତ ୩ଦିନ ହେଲା ଏମିତି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ ହୋଇଯିବା ଓ ତାପମାତ୍ରା ବଢ଼ିବା ଘଟଣା ପାଣିପାଗ ବିଜ୍ଞାନୀଙ୍କୁ ବି ବିସ୍ମିତ କରୁଛି। ଏହି ସମୟରେ ରାଜ୍ୟର ସ୍ବାଭାବିକ ତାପମାତ୍ରା ୩୨/୩୩ ଡିଗ୍ରି ରହିବା କଥା। ହେଲେ ୩୫ରୁ ୩୬ଡିଗ୍ରି ଭିତରେ ରହୁଥିବା ବେଳେ କିଛି ସ୍ଥାନରେ ୩୭ ଡିଗ୍ରି ଛୁଇଁ ଯାଉଛି।

ପାଣିପାଗର ଏଭଳି ପରିବର୍ତନ ସଂପର୍କରେ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଥରେ ମୌସୁମୀ ବାୟୁ ସକ୍ରିୟ ହେଲେ ଏହା ପ୍ରଭାବରେ ହେଉଥିବା ବର୍ଷା ହେତୁ ତାପମାତ୍ରା କମିଥାଏ। କିନ୍ତୁ ଯେତେବେଳେ ବର୍ଷା ଛାଡ଼ିଯାଏ, ମୌସୁମୀ ଦୁର୍ବଳ ହୁଏ, ସେତେବେଳେ ପୁଣି ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡ଼େ। ଯାହା ଦ୍ବାରା ତାପମାତ୍ରା ବଢ଼ିଥାଏ। ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ହେତୁ ବାୟୁମଣ୍ଡଳର ଜଳୀୟକଣା ଅତ୍ୟଧିକ ତାପ ଧରି ରଖୁଛି (ଲ୍ୟାଟେଣ୍ଟ୍‌ ହିଟ୍‌ କୁହାଯାଏ) । ଏଣୁ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏପରିକି ତାପମାତ୍ରା ଅପେକ୍ଷା ୭ରୁ ୮ ଡିଗ୍ରି ଅଧିକ ଗରମ ଥିବା ଭଳି ଅନୁଭବ ହେଉଛି। ଏହାବ୍ୟତୀତ ବର୍ତ୍ତମାନ ସମୟରେ ଆକାଶ ସମ୍ପୂର୍ଣ୍ଣ ନିର୍ମଳ ନାହିଁ। ଖଣ୍ଡ ଖଣ୍ଡ ଧଳା ମେଘ ଘୂରିବୁଲୁଛି। ଏହି ମେଘ ଖଣ୍ଡ ସବୁ ନମ୍ନ ଓ ମଧ୍ୟ ବାୟୁମଣ୍ଡଳରେ ଥିବାରୁ ପୃଥିବୀ ପୃଷ୍ଠରୁ ବିକିରଣ ହେଉଥିବା ତାପମାତ୍ରାକୁ ବାହାର ଆକାଶକୁ ବା ବାୟୁମଣ୍ଡଳକୁ ‌ଯିବାରେ ବାଧା ସୃଷ୍ଟି କରୁଛି। ଫଳରେ ରାତିର ତାପମାତ୍ରା ବଢ଼ିବା ସହ ଦିନର ତାପମାତ୍ରା ମଧ୍ୟ ବଢୁଛି।

ପାହାନ୍ତା ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି। ଦିନରେ ଖରାର ପ୍ରକୋପ ଏତେ ଯେ ବର୍ଷା ଋତୁ ବି ଗ୍ରୀଷ୍ମଋତୁ ଭଳି ଲାଗିଲାଣି। ଗତ ୩ଦିନ ହେଲା ଏମିତି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ ହୋଇଯିବା ଓ ତାପମାତ୍ରା ବଢ଼ିବା ଘଟଣା ପାଣିପାଗ ବିଜ୍ଞାନୀଙ୍କୁ ବି ବିସ୍ମିତ କରୁଛି। ଏହି ସମୟରେ ରାଜ୍ୟର ସ୍ବାଭାବିକ ତାପମାତ୍ରା ୩୨/୩୩ ଡିଗ୍ରି ରହିବା କଥା। ହେଲେ ୩୫ରୁ ୩୬ଡିଗ୍ରି ଭିତରେ ରହୁଥିବା ବେଳେ କିଛି ସ୍ଥାନରେ ୩୭ ଡିଗ୍ରି ଛୁଇଁ ଯାଉଛି।



from Kanak News https://ift.tt/31htLDR https://ift.tt/3dux6lm

ମୌସୁମୀ ଦୁର୍ବଳ ପରେ ବଦଳୁଛି ପାଣିପାଗ : ତିନି ଦିନ ହେଲା ଅସ୍ତବ୍ୟସ୍ତ କରୁଛି ଗରମ ଓ ଗୁଳୁଗୁଳି, ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି Kanak News ମୌସୁମୀ ଦୁର୍ବଳ ପରେ ବଦଳୁଛି ପାଣିପାଗ : ତିନି ଦିନ ହେଲା ଅସ୍ତବ୍ୟସ୍ତ କରୁଛି ଗରମ ଓ ଗୁଳୁଗୁଳି, ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି Kanak News Reviewed by SUBHENDU BARAL on June 25, 2020 Rating: 5

No comments:

Powered by Blogger.