ମୁମ୍ବାଇ: ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜା ଦୁର୍ଘଟଣାର ଶିକାର ହୋଇଛନ୍ତି। କାର୍ରେ ଯାଉଥିବାବେଳେ ବୁଧୁବାର ରାତିରେ ଦୁର୍ଘଟଣା ଘଟିଥିବା ନେଇ ସୋସିଆଲ୍ ମିଡିଆରେ ଖବର ପ୍ରଚାରିତ ହୋଇଛି।
ଏହି ରିପୋର୍ଟରେ କୁହାଯାଇଛି ଯେ, ବୁଧବାର ରାତି ସାଢ଼େ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ୟଶବର୍ଦ୍ଧନ କାର୍ରେ ଯାଉଥିବାବେଳେ ହଠାତ୍ ଆଉ ଏକ କାର୍ ଆସି ତାଙ୍କ କାର୍କୁ ଧକ୍କା ଦେଇଥିଲେ। ଏହି ସମୟରେ ୟଶବର୍ଦ୍ଧନ ଗାଡ଼ିରେ ଡ୍ରାଇଭରଙ୍କ ସହ ଥିଲେ।
ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାକୁ ନେଇ ଗୋବିନ୍ଦା କହିଛନ୍ତି, ଯେତେବେଳେ ତାଙ୍କ ପୁଅ ୟଶବର୍ଦ୍ଧନ କାର୍ରେ ଯାଉଥିଲେ, ଏହି ସମୟରେ ହଠାତ୍ ଏକ କାର୍ ସାମ୍ନାପଟୁ ଆସି ୟଶବର୍ଦ୍ଧନଙ୍କ କାର୍କୁ ଧକ୍କା ଦେଇଥିଲା। ୟଶବର୍ଦ୍ଧନ ଓ ଡ୍ରାଇଭର ଉଭୟ ସୁରକ୍ଷିତ ଅଛନ୍ତି। କେବଳ ତାଙ୍କ ହାତରେ ଆଘାତ ଲାଗିଛି। ଦୁର୍ଘଟଣାରେ କାର୍ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।
ଏହି ଘଟଣାକୁ ନେଇ ପୁଲିସ୍ କୌଣସି ଅଭିଯୋଗ ହୋଇନଥିବା ଗୋବିନ୍ଦା କହିଛନ୍ତି। କାରଣ ଏହି ଘଟଣା ପାଇଁ ଦୁର୍ଘଟଣା ଘଟାଇଥିବା କାର୍ର ଡ୍ରାଇଭର କ୍ଷମା ପ୍ରାର୍ଥନା କରିଥିବାରୁ ସେମାନେ ଏ ନେଇ ପୁଲିସ୍ରେ କୌଣସି ଅଭିଯୋଗ କରି ନାହାନ୍ତି।
ଦୁର୍ଘଟଣାପରେ ଖବର ପାଇ ଘଟଣାସ୍ଥଳକୁ ଗୋବିନ୍ଦା ଯାଇଥିଲେ ବୋଲି ସୂଚନା ମିଳିଛି। ସେଠାରେ ପହଞ୍ଚି ସେ, ସ୍ଥାନୀୟ ଲୋକଙ୍କ ସହ ଏ ନେଇ କଥାବାର୍ତ୍ତା ମଧ୍ୟ ହୋଇଥିଲେ ବଲି ଜଣାପଡ଼ିଛି।
The post ଦୁର୍ଘଟଣାର ଶିକାର ହେଲେ ଗୋବିନ୍ଦାଙ୍କ ପୁଅ appeared first on OTV Khabar..
from OTV Khabar. https://ift.tt/2NxW6NX
No comments: