ନୀଳଗିରି: ବାଲେଶ୍ୱର ଜିଲ୍ଲା ତେଲିପାଳ ଟିଏମସି ସେଣ୍ଟରରେ କ୍ୱାରେଣ୍ଟିନରେ ରହିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାର ଦୋଷୀ ଦିନକ ପରେ ଜାମିନ୍ ପାଇ ବାହାରେ ବୁଲୁଛନ୍ତି। ଏହି ଘଟଣା ପରେ ଭୟଭୀତ ହୋଇ ପୀଡ଼ିତା ଯୁବତୀଜଣକ ସୋଶାଲ ମିଡିଆ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି।
କିଛିଦିନ ତଳେ ବରହମପୁର ଥାନା ଅଧୀନ ତେଲିପାଳ ଟିଏମସି ସେଣ୍ଟରରେ ପ୍ରବାସୀ ଯୁବତୀଙ୍କୁ ଜଣେ ବାହାର ଲୋକ ପଶି ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଲୋକେ ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟିଥିଲେ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ଏହା ପରଦିନ ଅଭିଯୁକ୍ତ ବେଲରେ ଆସିଥିଲା।
ପୋଲିସ ପାଖରୁ ହତାଶ ହେବା ପରେ ଯୁବତୀ ଜଣକ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ନିଜେ ଅଣ୍ଟା ଭିଡ଼ିଛନ୍ତି। ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ପିଟିଛନ୍ତି। ଏହି ଘଟଣାକୁ ନେଇ ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ ଯୁବତୀଜଣକ ନ୍ୟାୟ ଭିକ୍ଷା କରିବା ସହ ଆଉ ଏକ ଭିଡିଓରେ ଯୁବତୀ ନିଜେ ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟୁଥିବାର ଭିଡ଼ିଓ ଭାଇରାଲ ହେଉଛି ।
from OTV Khabar. https://ift.tt/2U0ep1T
No comments: