ପାକିସ୍ତାନକୁ କଡା ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ ହାଇ କମିଶନ କାର୍ଯ୍ୟାଳୟ କର୍ମଚାରୀ ସଂଖ୍ୟା ଅଧା କର Minati Mishra

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କୂଟନୈତିକ ଯୁଦ୍ଧ ଜୋର ଧରିଛି  । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କ ଗୁପ୍ତଚର କାର୍ଯ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ହାଇ କମିଶନ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ୭ ଦିନ ମଧ୍ୟରେ ଅଧା କରିଦେବାକୁ ପାକିସ୍ତାନକୁ କୁହାଯାଇଛି । ୨୦୦୧ପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଏଥି ସହିତ ଇସଲାମାବାଦସ୍ଥିତ ନିଜ ହାଇ କମିଶନ କାଯର୍ୟାଳୟରୁ ୫୦ପ୍ରତିଶତ ଷ୍ଟାଫଙ୍କୁ ଫେରାଇ ଆଣିବା ପାଇଁ ବି ନିଷ୍ପତ୍ତି ନିଆଯାଇଛି । ଏ ନେଇ ପାକ୍ ହାଇକମିଶନ ଦ୍ୱାୟିତ୍ୱରେ ଥିବା ଅଧିକାରୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସମନ କରିଥିଲା। ଗୁପ୍ତଚର କାର୍ଯ୍ୟରେ ଲିପ୍ତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀଙ୍କୁ କିଛି ଦିନ ତଳେ ଭାରତ ଅବାଞ୍ଛିତ ଘୋଷଣା କରିବା ସହ ତୁରନ୍ତ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲା ।

ପ୍ରତିବାଦରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇସଲାମବାଦ୍‌ସ୍ଥିତ ଭାରତୀୟ ହାଇକମିଶନରେ କାର୍ଯ୍ୟରତ ଦୁଇ ଭାରତୀୟ କର୍ମଚାରୀଙ୍କୁ ଅନେକ ସମୟ ଧରି ଅଟକ ରଖିଥିଲା । ତେବେ ଭାରତର କଡ଼ା ପ୍ରତିବାଦ ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା।

ପାକିସ୍ତାନର ଏପରି ଆଭିମୁଖ୍ୟ ଦେଖିବା ପରେ ଭାରତ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ସୂଚନାଥାଉ କି, ଶେଷଥର ପାଇଁ ୨୦୦୧ ଡିସେମ୍ବରରେ ଦୁଇ ଦେଶ ହାଇ କମିଶନ ୫୦ ପ୍ରତିଶତ କର୍ମଚାରୀ ସଂଖ୍ୟା ହ୍ରାସ କରିଥିଲେ। ଆତଙ୍କବାଦୀମାନେ ପାର୍ଲାମେଣ୍ଟ ଭବନ ଆକ୍ରମଣ କରିବା ପରେ ଭାରତର ତତ୍କାଳନୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯଶୱନ୍ତ ସିଂହ ୪୮ ଘଣ୍ଟା ମଧ୍ୟରେ କର୍ମଚାରୀ ସଂଖ୍ୟା କମାଇବା ପାଇଁ କହିଥିଲେ।

The post ପାକିସ୍ତାନକୁ କଡା ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ ହାଇ କମିଶନ କାର୍ଯ୍ୟାଳୟ କର୍ମଚାରୀ ସଂଖ୍ୟା ଅଧା କର appeared first on OTV Khabar..



from OTV Khabar. https://ift.tt/2Ytv6Wn
ପାକିସ୍ତାନକୁ କଡା ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ ହାଇ କମିଶନ କାର୍ଯ୍ୟାଳୟ କର୍ମଚାରୀ ସଂଖ୍ୟା ଅଧା କର Minati Mishra ପାକିସ୍ତାନକୁ କଡା ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ ହାଇ କମିଶନ କାର୍ଯ୍ୟାଳୟ କର୍ମଚାରୀ ସଂଖ୍ୟା ଅଧା କର Minati Mishra Reviewed by SUBHENDU BARAL on June 23, 2020 Rating: 5

No comments:

Powered by Blogger.