ମସ୍କୋରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କୌଣସି ଆଲୋଚନା କରିବେନି ରାଜନାଥ Minati Mishra

ମସ୍କୋ: ରୁଷିଆର ମସ୍କୋରେ ୭୫ ତମ ବିଶ୍ୱଯୁଦ୍ଧ ବିଜୟ ଉତ୍ସବ ସମାରୋହରେ ଯୋଗ ଦେବାକୁ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେ ଫେଞ୍ଜଙ୍କ ସହ ବୈଠକ କରିବେ ନାହିଁ।

ଆଜି ମସ୍କୋରେ ହେଉଥିବା ବିଜୟ ଦିବସ ପରେଡ କାର୍ଯ୍ୟକ୍ରମରେ ରାଜନାଥ ଓ ୱେ ଫେଞ୍ଜ (Wei Fenghe) ଅତିଥି ହୋଇଥିଲେ ବି ଦୁହେଁ କୌଣସି ବୈଠକ କରିବେ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ରାଜନାଥ ଏହି ଗସ୍ତ କାଳରେ ୱେ ଫେଞ୍ଜଙ୍କ ସହ ବୈଠକ କରିପାରନ୍ତି ବୋଲି ଚୀନ୍ ସରକାରଙ୍କ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଖବର ପ୍ରକାଶ ପାଇଥିଲା ।ତେବେ ଏଭଳି କୌଣସି କାଯର୍ୟକ୍ରମ ନାହିଁ ବୋଲି ତତକ୍ଷଣାତ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଜୁନ୍ ୧୫ରେ ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ କୌଣସି ପ୍ରକାର ସାଧାରଣ ବୈଠକ ହୋଇନାହିଁ । ତେବେ ଗତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଚୀନ୍ ବିଦେଶ ମନ୍ତ୍ରୀ ଓ୍ୱାଙ୍ଗ ୟିଙ୍କ ସହ ଲଦାଖ ଘଟଣା ସଂପର୍କରେ ଫୋନ୍ ବାର୍ତ୍ତାଳାପ କରିଥିଲେ ।

ସୂଚନାଥାଉ କି,  କମାଣ୍ଡରସ୍ତରୀୟ ଆଲୋଚନା ପରେ ବିବାଦୀୟ ସ୍ଥାନରୁ ସେନା ଅପସାରଣ ଲାଗି ଉଭୟ ରାଜି ହୋଇଥିବା ଜଣାପଡ଼ିଛି ।

The post ମସ୍କୋରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କୌଣସି ଆଲୋଚନା କରିବେନି ରାଜନାଥ appeared first on OTV Khabar..



from OTV Khabar. https://ift.tt/2Nvckr3
ମସ୍କୋରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କୌଣସି ଆଲୋଚନା କରିବେନି ରାଜନାଥ Minati Mishra ମସ୍କୋରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କୌଣସି ଆଲୋଚନା କରିବେନି ରାଜନାଥ Minati Mishra Reviewed by SUBHENDU BARAL on June 23, 2020 Rating: 5

No comments:

Powered by Blogger.