ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ କେନ୍ଦ୍ରୀୟ ଦଳ : ଦୁଇ ଭାଗ ହୋଇ ଦୁଇ ଦିନରେ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଗସ୍ତ କରି କରିବେ ସ୍ଥିତି ଅନୁଧ୍ୟାନ, ଆସନ୍ତାକାଲି ସଂଧ୍ୟାରେ ହେବ ଉଚ୍ଚ ସ୍ତରୀୟ ବୈଠକ Kanak News

କନକ ବ୍ୟୁରୋ : ତିନି ଦିନିଆ ଓଡିଶା ଗସ୍ତରେ ୭ ଜଣିଆ କେନ୍ଦ୍ରୀୟ ଦଳ । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଛନ୍ତି ଏହି ଟିମ୍ । ଏମାନେ ବାତ୍ୟା ଅମ୍ଫାନ ପ୍ରଭାବିତ ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିବେ । ଦୁଇଟି ଦଳ ହୋଇ ଏହି କେନ୍ଦ୍ରୀୟ ଅଧିକାରୀମାନେ ବାତ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବେ । ମିଳିଥିବା ସୂଚନା ଅନୁସାରେ, ଆଜି ଗୋଟିଏ ଦଳ ବାଲେଶ୍ୱର ଗସ୍ତକରିବେ ଏବଂ ଅନ୍ୟ ଦଳ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବେ । ସେହିପରି ଆସନ୍ତିକାଲି ପ୍ରଥମ ଦଳ ଭଦ୍ରକ ଓ ଦ୍ୱିତୀୟ ଦଳ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବେ ।

ପରେ ଶୁକ୍ରବାର ସଂଧ୍ୟାରେ ଉଭୟ ଦଳ ଭୁବନେଶ୍ୱର ଫେରିବେ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସାମିଲ ହେବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ଅନୁଧ୍ୟାନ କରିଥିଲେ ଏବଂ ପ୍ରାରମ୍ଭିକ ଭାବେ ରାଜ୍ୟକୁ ୫ଶହ କୋଟି ଟଙ୍କାର ବାତ୍ୟା ସହାୟତା ଘୋ,ଣା କରିଥିଲେ । ଏହା ସହ ତୁରନ୍ତ କେନ୍ଦ୍ରୀୟ ଦଳ ଆସି ରାଜ୍ୟରେ ଘଟିଥିବା କ୍ଷୟକ୍ଷତିର ଆକଳନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ସେହି କ୍ରମରେ ଗତକାଲି ଆନ୍ତଃ ମନ୍ତ୍ରାଣାଳୟ ସ୍ତରୀୟ ଏହି ପ୍ରତିନିଧି ଦଳ ଓଡିଶା ପହଂଚିଛନ୍ତି ।



from Kanak News https://ift.tt/2XUdxx4 https://ift.tt/307ALT8
ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ କେନ୍ଦ୍ରୀୟ ଦଳ : ଦୁଇ ଭାଗ ହୋଇ ଦୁଇ ଦିନରେ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଗସ୍ତ କରି କରିବେ ସ୍ଥିତି ଅନୁଧ୍ୟାନ, ଆସନ୍ତାକାଲି ସଂଧ୍ୟାରେ ହେବ ଉଚ୍ଚ ସ୍ତରୀୟ ବୈଠକ Kanak News ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ କେନ୍ଦ୍ରୀୟ ଦଳ : ଦୁଇ ଭାଗ ହୋଇ ଦୁଇ ଦିନରେ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଗସ୍ତ କରି କରିବେ ସ୍ଥିତି ଅନୁଧ୍ୟାନ, ଆସନ୍ତାକାଲି ସଂଧ୍ୟାରେ ହେବ ଉଚ୍ଚ ସ୍ତରୀୟ ବୈଠକ Kanak News Reviewed by SUBHENDU BARAL on June 03, 2020 Rating: 5

No comments:

Powered by Blogger.