ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ନେଇ ସୂଚନା Kanak News

କନକ ବ୍ୟୁରୋ: ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ସୋମବାର ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ଗତକାଲି ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଆଇସିୟୁରେ ରଖା ଯାଇଛି।

ପୂର୍ବରୁ ଶ୍ରୀ ଦାସ ଅନେକ ରୋଗରେ ପୀଡ଼ିତ ଥିଲେ। ଏମିତିକି ଗତ ନିର୍ବାଚନ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ପ୍ରଚାରରେ ଆସି ପାରି ନଥିଲେ। ମେଡିକାଲରେ ରହି ମଧ୍ୟ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିର୍ବାଚନ ପରେ ନିର୍ବାଚନ ମଣ୍ଡଳୀକୁ ପ୍ରାୟତଃ ଆସୁ ନଥିଲେ। ତାଙ୍କ ପୁଅ ବିଜୟ ଶଙ୍କର ଦାସ ବିଭିନ୍ନ ଉନ୍ନୟନ ମୂଳକ କାମରେ ଆସି ଶିଳାନ୍ୟାସ, ଉଦ୍‌ଘାଟନ କରୁଥିବା ଦେଖିବାକୁ ମିଳିଥିଲା।

ଶ୍ରୀ ଦାସ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ୫ ଥର ବିଧାୟକ, ତିର୍ତ୍ତୋଲରେ ଥରେ ଏଭଳି ମୋଟ ୬ ଥର ବିଧାୟକ ହୋଇଛନ୍ତି। ୯ ମାସ ପାଇଁ ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଗଣଶକ୍ଷା ମନ୍ତ୍ରୀ ସହ ଅନେକ ପଦପଦବିରେ ରହିଛନ୍ତି।



from Kanak News https://ift.tt/2Z1oTQt https://ift.tt/3hYzJiE
ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ନେଇ ସୂଚନା Kanak News ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ନେଇ ସୂଚନା Kanak News Reviewed by SUBHENDU BARAL on June 23, 2020 Rating: 5

No comments:

Powered by Blogger.