ମୁମ୍ବାଇ: ହାତରେ କୋଦାଳ, ମୁଣ୍ଡରେ ଗାମୁଛା ଭିଡ଼ି କ୍ଷେତରେ କାମ କରୁଛନ୍ତି ବଲିଉଡ୍ ଅଭିନେତା ନଓ୍ୱାଜୁଦ୍ଦିନ୍ ସିଦ୍ଦିକି। କଥା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ, ଘଟଣାଟି ସତ। Manjhi – The Mountain Man ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ପ୍ରସିଦ୍ଧ ଅଭିନେତା ହାତରେ କୋଦାଳ ଧରି କ୍ଷେତରେ କାମ କରୁଥିବା ଦେଖିବାକୁ ମିଳିଛି।
କରୋନା ଲକ୍ଡାଉନ୍ ପାଇଁ ଘରେ ରହୁଥିବା ନଓ୍ୱାଜୁଦ୍ଦିନ ନିଜ ବିଲରେ ଯାଇ ଚାଷ କରୁଛନ୍ତି। ଏନେଇ ସେ ନିଜେ ଟ୍ୱିଟର ଓ ଇନଷ୍ଟାଗ୍ରାମ୍ରେ ଭିଡିଓ ଓ ଫଟୋ ଅପଲୋଡ୍ କରିଛନ୍ତି।
ନଓ୍ୱାଜୁଦ୍ଦିନ୍ ଏବେ ଉତ୍ତରପ୍ରଦେଶ ମୁଜଫରନଗରର ବୁଦ୍ଧାନାରେ ନିଜ ଗାଁରେ ରହୁଛନ୍ତି। ଏବେ ପାଖରେ ସମୟ ଥିବାରୁ ସେ ନିଜ କ୍ଷେତକୁ ଯାଇ ଚାଷ କରୁଛନ୍ତି। ନଓ୍ୱାଜୁଦ୍ଦିନ୍ଙ୍କୁ ଚାଷ କରୁଥିବା ଦେଖି ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ସେ ପ୍ରେରଣା ବୋଲି ଟ୍ୱିଟରରେ ତାଙ୍କ ଫଲୋଅର୍ସ ମାନେ କହିଛନ୍ତି।
ନିକଟରେ ନଓ୍ୱାଜୁଦ୍ଦିନ୍ଙ୍କ ପୂର୍ବତନ ପତ୍ନୀ ଆଲିୟା ସିଦ୍ଦିକି ଛାଡ଼ପତ୍ର ପାଇଁ ନଓ୍ୱାଜୁଦ୍ଦିନ୍ଙ୍କ ନିକଟକୁ ଲିଗାଲ୍ ନୋଟିସ୍ ପଠାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ୨୦୦୯ରେ ନଓ୍ୱାଜୁଦ୍ଦିନ୍ ଓ ଆଲିୟା ବିବାହ କରିଥିଲେ।
ଚାଷ କଲେ ବଲିଉଡ୍ ଅଭିନେତା ନଓ୍ୱାଜୁଦ୍ଦିନ୍ ସିଦ୍ଦିକ #Farming pic.twitter.com/tUT0ggdrA9
— ଓଟିଭି (@otvkhabar) June 24, 2020
The post ହାତରେ କୋଦାଳ, ମୁଣ୍ଡରେ ଗାମୁଛା ଭିଡ଼ି କ୍ଷେତରେ କାମ କରୁଛନ୍ତି ନଓ୍ୱାଜୁଦ୍ଦିନ୍ appeared first on OTV Khabar..
from OTV Khabar. https://ift.tt/2Z1On0a
No comments: