ବିଜୁ ପକ୍କା ଘର ପାଇଁ ହିତାଧିକାରୀ ଚୟନରେ ପାତରଅନ୍ତର: କେନ୍ଦ୍ରାପଡା ମହାକାଳପଡା ବ୍ଲକ ତିଖିରି ପଂଚାୟତରୁ ଆସିଲା ଅନିୟମିତତା ଅଭିଯୋଗ Kanak News
କନକ ବ୍ୟୁରୋ: ବିଜୁ ପକ୍କା ଘର ହିତାଧିକାରୀ ଚୟନରେ ଅନିୟମିତତା । କୋଠା ଘର ଥିବା ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ହେଲେ ଯେଉଁମାନଙ୍କ ଚାଳଛପର ଘର ତାଙ୍କୁ ପ୍ରଧନମନ୍ତ୍ରୀ କିମ୍ବା ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଇ ନାହିଁ । ଏହି ଅଭିଯୋଗ ଆସିଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ ତିଖିରି ପଂଚାୟତର ନୂଆ ଗାଁରୁ ।
ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ହିତାଧିକାରୀମାନେ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଉ ନଚେତ ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
from Kanak News https://ift.tt/2MorzBN https://ift.tt/308PMUV
ବିଜୁ ପକ୍କା ଘର ପାଇଁ ହିତାଧିକାରୀ ଚୟନରେ ପାତରଅନ୍ତର: କେନ୍ଦ୍ରାପଡା ମହାକାଳପଡା ବ୍ଲକ ତିଖିରି ପଂଚାୟତରୁ ଆସିଲା ଅନିୟମିତତା ଅଭିଯୋଗ Kanak News
Reviewed by SUBHENDU BARAL
on
June 02, 2020
Rating:
No comments: