ଭାରତ-ଚୀନ୍ ସୀମା ବିବାଦ ଆଗକୁ ଆହୁରି ଜଟିଳ ହେବା ଆଶଙ୍କା : ଚୀନ୍ର ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଏକ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଭାରତ Kanak News
କନକ ବ୍ୟୁରୋ : ଲଦାଖ୍ରେ ଭାରତ-ଚୀନ୍ ସୀମା ବିବାଦ ଆଗକୁ ଆହୁରି ଜଟିଳ ହେବା ଆଶଙ୍କା ରହିଛି। ଚୀନ୍ର ବଡ଼ ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଭାରତ ଏକ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି। ଉଭୟ ପକ୍ଷ ବିପୁଳ ସୈନ୍ୟ ଏବଂ ଭାରୀ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି ଏବଂ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ଲଦାଖ୍ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଗତ କିଛିଦିନ ଧରି ଯେଉଁ ଉତ୍ତେଜନା ସ୍ଥିତି ଲାଗି ରହିଛି ତାହା ଚୀନ୍ର ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ପ୍ରମାଣିତ ହୋଇଛି। ବିନା କାରଣରେ ଚୀନ୍ ଉତ୍ତେଜନା ସୃଷ୍ଟି କରି ଭାରତ ଉପରେ ଚାପ ସୃଷ୍ଟି କରିଛି । ଏ ବାବଦରେ ଆସନ୍ତା ୬ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ।
ଉଭୟ ପକ୍ଷର ବରିଷ୍ଠ କମାଣ୍ଡରମାନେ ଏହି ବୈଠକରେ ଯୋଗ ଦେବେ। ବୈଠକ ପୂର୍ବରୁ ଉତ୍ତେଜନା ହ୍ରାସ କରିବାକୁ ଆଜି ଚୀନ୍ ସେନା ଗଲୱାନ ଘାଟିରେ ୨ କିମି ପଛକୁ ହଟିଥିବା ବେଳେ ଭାରତୀୟ ସେନା ୧ କିମି ପଛକୁ ଆସିଛି। ଭାରତରେ ଲେହ ୧୪ କର୍ପ୍ କମାଣ୍ଡର ଭାରତୀୟ ପ୍ରତିନିଧିଙ୍କ ନେତୃତ୍ବ ନେବେ ବୋଲି ଜଣାପଡ଼ିଛି। ବିବାଦ ହଟାଇବାପାଇଁ ଏହା ସବୁଠୁ ଉଚ୍ଚସ୍ତରୀୟ ସାମରିକ କଥାବାର୍ତ୍ତା ।
from Kanak News https://ift.tt/2XzxLxn https://ift.tt/36ZmeKP
No comments: