ନଦୀ ଉପରେ ସେତୁ ବାନ୍ଧିଲେ ପ୍ରବାସୀ : ପ୍ରାଶାସନିକ ଅଧିକାରୀ କି ରାଜନେତା, କେହି ବି ଶୁଣିଲେନି, ନିଜେ ଶ୍ରମଦାନ କରି ନଦୀ ଉପରେ ୫୦ ଫୁଟ ଉଚ୍ଚ ବାଉଁଶ ପୋଲ ଛିଡ଼ା କଲେ ଭିଟାମାଟିକୁ ଫେରିଥିବା ପ୍ରବାସୀ Kanak News

କନକ ବ୍ୟୁରୋ : ପ୍ରାଶାସନିକ ଅଧିକାରୀ କି ରାଜନେତା, କେହିବି ଶୁଣିଲେନି । ଶେଷରେ ଲକ୍‌ଡାଉନ୍ ପରେ ଭିଟାମାଟିକୁ ବାହୁଡ଼ିଥିବା ପ୍ରବାସୀ ଯୁବକ ମାନେ ଗାଁର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ। ଆଉ ନିଜେ ଶ୍ରମଦାନ କରି ଗ୍ରାମବାସୀଙ୍କ ସହଯୋଗରେ ନଦୀ ଉପରେ ୫୦ ଫୁଟ ଉଚ୍ଚ ବାଉଁଶ ପୋଲ ଛିଡ଼ା କରି ସଭିଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ବୋରିସିଂ ଗ୍ରାମର ପ୍ରବାସୀ ମାନଙ୍କ ଏଭଳି ପ୍ରୟାସ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ପିଲାଙ୍କ ମନରେ ଜନ୍ମମାଟି ଏଭଳି ଆନୁଗତ୍ୟକୁ ବରିଷ୍ଠ ନାଗରିକ ମାନେ ପ୍ରଶଂସା କରିବାକୁ ଭୁଲିନାହାନ୍ତି।

ବୋରିସିଂରୁ ନିକଟ ଭାଟପଡ଼ା ଗ୍ରାମକୁ ଯିବାକୁ ହେଲେ ଧନେଇ ନଦୀ ହିଁ ଯୋଗାଯୋଗର ଏକମାତ୍ର ମାଧ୍ୟମ। ଅଧିକାଂଶ ଗ୍ରାମବାସୀଙ୍କ ପରିବା ପଦର ନଦୀର ଆରପାଖରେ ରହିଛି। ଯେଉଁଠି ସେମାନେ ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, କଟିକିପୋଟଳ ଓ ବାଇଗଣ ଇତ୍ୟାଦି ଚାଷ କରୁଛନ୍ତି। ଗ୍ରୀଷ୍ମଋତୁରେ ପାଣି କମ୍ ଥିଲେ ନଦୀ ପାର ହେବା ସମ୍ଭବ ହୋଇଥାଏ। ଏଥିପାଇଁ ଅଧା କିଲୋମିଟର ଅତିକ୍ରମ କରିବାକୁ ପଡ଼େ। କିନ୍ତୁ ବର୍ଷା ହେଲେ ଜଳସ୍ତର ବଢ଼ିଲେ ଓ ବନ୍ୟାଜଳ ପ୍ରବେଶ କଲେ ଗ୍ରାମବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୁଏ। ଗ୍ରାମବାସୀ ପଥରା ଗ୍ରାମ ଦେଇ ଭାଟପଡ଼ାରେ ପହଞ୍ଚିଥାନ୍ତି। ଏଥିପାଇଁ ୧୨ କିଲୋମିଟର ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ିବା ସହ ସମୟ ଅପଚୟ ମଧ୍ୟ ହେଉଥିଲା।

ଫଳରେ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରାଶାସନିକ ଅଧିକାରୀ ଓ ରାଜନେତାଙ୍କୁ ନିବେଦନ କରିଆସୁଥିଲେ। ୨ ବର୍ଷ ହେଲା ପୋଲ ନିର୍ମାଣ ପାଇଁ ୭ କୋଟି ଟଙ୍କା ଓ ବିଜୁ ସେତୁ ଯୋଜନାରେ ରାସ୍ତା ନିର୍ମାର ପାଇଁ ବ୍ୟୟବରାଦ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିନି।

ବର୍ତ୍ତମାନ ପୁଣି ଆଗକୁ ମୌସୁମୀ ବର୍ଷାର ସମ୍ଭାବନା ଥିବାରୁ ଗ୍ରାମବାସୀ ଚିନ୍ତାରେ ପଡ଼ିଥିଲେ। ଶେଷ‌ରେ ବୋରିସିଂ ଗ୍ରାମକୁ ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀ ମାନେ ଶେଷରେ ଗ୍ରାମବାସୀଙ୍କ ଦୁଃଖ ଶୁଣି ଧନଇେ ନଦୀ ଉପରେ ଏକ ଅସ୍ଥାୟୀ ବାଉଁଶ ପୋଲ ତିଆରି କରିବାକୁ ପ୍ରସ୍ତୁତ ହେଲେ। ଏଥିପାଇଁ ୨ଟି ଟ୍ରାକ୍ଟର୍‌ରେ ବାଉଁଶ ଆଣି ଏହାକୁ ଯୋଡ଼ି ବାନ୍ଧି ସେତୁ ତିଆରି କଲେ। ଗ୍ରାମବାସୀଙ୍କ ସହଯୋଗରେ ୧୫ ଦିନ ମଧ୍ୟରେ ଏହି ପୋଲ ନିର୍ମାଣ ଶେଷ ହୋଇଛି। ଗ୍ରାମବାସୀ ବାଉଁଶ ମାଗଣାରେ ଦାନ କରିଥିଲେ।



from Kanak News https://ift.tt/2CEM9w8 https://ift.tt/3dwSUg7
ନଦୀ ଉପରେ ସେତୁ ବାନ୍ଧିଲେ ପ୍ରବାସୀ : ପ୍ରାଶାସନିକ ଅଧିକାରୀ କି ରାଜନେତା, କେହି ବି ଶୁଣିଲେନି, ନିଜେ ଶ୍ରମଦାନ କରି ନଦୀ ଉପରେ ୫୦ ଫୁଟ ଉଚ୍ଚ ବାଉଁଶ ପୋଲ ଛିଡ଼ା କଲେ ଭିଟାମାଟିକୁ ଫେରିଥିବା ପ୍ରବାସୀ Kanak News ନଦୀ ଉପରେ ସେତୁ ବାନ୍ଧିଲେ ପ୍ରବାସୀ : ପ୍ରାଶାସନିକ ଅଧିକାରୀ କି ରାଜନେତା, କେହି ବି ଶୁଣିଲେନି, ନିଜେ ଶ୍ରମଦାନ କରି ନଦୀ ଉପରେ ୫୦ ଫୁଟ ଉଚ୍ଚ ବାଉଁଶ ପୋଲ ଛିଡ଼ା କଲେ ଭିଟାମାଟିକୁ ଫେରିଥିବା ପ୍ରବାସୀ Kanak News Reviewed by SUBHENDU BARAL on June 24, 2020 Rating: 5

No comments:

Powered by Blogger.