ଓଡ଼ିଶାରେ ମୌସୁମୀ ଦୁର୍ବଳ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ : ଏବେ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ମଧ୍ୟ ଏଭଳି ସ୍ଥିତି ଲାଗି ରହିବ। ବର୍ଷା ହେବ ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୨୭ ଓ ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର୍‌ ବିଶ୍ବାସଙ୍କ ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସେଭଳି ବର୍ଷା ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଭୁବନେଶ୍ବର ଓ କଟକ ସହରରେ ବର୍ଷା ହେବାର ସମ୍ଭାବନା କ୍ଷୀଣ। ଜୁନ୍‌ ୧ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୩୩% ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବଭାବିକ ଭାବେ ୧୫୬.୧ ମିମି ବର୍ଷା ହେବା କଥା। ତେବେ ଚଳିତ ଥର ୨୦୯.୯ ମିମି ବର୍ଷା ହୋଇଛି। ୧୭ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି।

ସେଥିମଧ୍ୟରୁ ୭ଟି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ପରିମାଣର ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ୯ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରହିଛି। ପୁରୀ, ଖୋର୍ଧା, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ପରିମାଣର ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇଛି। ରାୟଗଡ଼ାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରି ରେକର୍ଡ କରାଯାଇଛି।



from Kanak News https://ift.tt/31hpqjU https://ift.tt/2XV7iKw
ଓଡ଼ିଶାରେ ମୌସୁମୀ ଦୁର୍ବଳ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା Kanak News ଓଡ଼ିଶାରେ ମୌସୁମୀ ଦୁର୍ବଳ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା Kanak News Reviewed by SUBHENDU BARAL on June 24, 2020 Rating: 5

No comments:

Powered by Blogger.