ସୋର ୨୫।୬: ଟ୍ରକ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ । ମର୍ଣ୍ଣିଂ ଓ୍ବାକ୍ ବେଳେ ଯୁବକ ଜଣଙ୍କ ଏଭଳି ଭାବେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ସଂପୃକ୍ତ ଯୁବକ ଜଣଙ୍କ ମର୍ଣ୍ଣିଂ ଓ୍ବାକ୍ କରୁଥିଲେ । ସେହି ସମୟରେ ସେ ହଠାତ୍ ଟ୍ରକ୍ ଆଗକୁ ଡେଇଁ ପଡିଥିଲ । ଏଭଳି ଟ୍ରକ୍ ଆଗକୁ ଡେଇଁ ଯୁବକ ଜଣଙ୍କ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ଖବର ପାଇ ଘଟଣାସ୍ଥଳରେ ସୋର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଖବର ଲେଖା ହେବା ବେଳକୁ ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
from Prameya News7 https://ift.tt/2BajnTz
ମର୍ଣ୍ଣିଂ ଓ୍ବାକ୍ ବେଳେ ଟ୍ରକ୍ ଆଗକୁ ଡେଇଁ ପଡିଲେ ଯୁବକ, ଘଟଣାସ୍ଥଳରେ ମୃତ୍ୟୁ
Reviewed by SUBHENDU BARAL
on
June 24, 2020
Rating:
No comments: