ଦୁଇ ବାଇକ୍ ଧକ୍କା, ଦୁଇ ଗୁରୁତର ମେଡିକାଲରେ ଭର୍ତ୍ତି

ବାଲିପାଟଣା ୨୫।୬: ଦୁଇ ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତର । ପୁରୀ-ଭୁବନେଶ୍ଵର ୩୧୬ ନମ୍ବର ଜାତୀୟ ରାଜପଥ ଗୁଡିଆପୋଖରୀ ଛକ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପିପିଲି ପୋଲିସ୍ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛି । ଦୁଇ ଗୁରୁତରଙ୍କର ପରିଚୟ ମିଳିନଥିବା ବେଳେ ଜଣଙ୍କ ପକେଟ୍ ରୁ ଏକ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଛି । ରାୟଗଡା ଜିଲ୍ଲା ଆଶିଷ ରଞ୍ଜନ ରଥଙ୍କ ନାମରେ ଡ୍ରାଇଭିଙ୍ଗ ଲାଇସେନ୍ସ ରହିଛି ।



from Prameya News7 https://ift.tt/3escuvk
ଦୁଇ ବାଇକ୍ ଧକ୍କା, ଦୁଇ ଗୁରୁତର ମେଡିକାଲରେ ଭର୍ତ୍ତି ଦୁଇ ବାଇକ୍ ଧକ୍କା, ଦୁଇ ଗୁରୁତର ମେଡିକାଲରେ ଭର୍ତ୍ତି Reviewed by SUBHENDU BARAL on June 24, 2020 Rating: 5

No comments:

Powered by Blogger.