ଜନବସତି ମୁହାଁ ହାତୀ ପଲ, ଲୋକେ ଆତଙ୍କିତ

ମୁନିଗୁଡା ୩।୬: ଗତ କିଛିଦିନ ଧରି ହାତୀ ପଲ ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ ଶକଟା ଓ ଭାଲିଆପଦର ଅଞ୍ଚଳରେ ବୁଲୁଛନ୍ତି । ଏହି ହାତୀ ପଲରେ ଗୋଟିଏ ଦନ୍ତାହାତୀ ସହ ଗୋଟିଏ ଛୁଆହାତୀ ଓ ୪ଟି ମାଈ ହାତୀ ବୁଲୁଥିବା ଅନୁମାନ କରାଯାଉଛି ।

ଏହି ହାତୀପଲ ଜିଲ୍ଲାର କଲ୍ୟାଣସଂହପୁର ବ୍ଲକର ନିୟମଗିରି ପାହାଡ ଅଞ୍ଚଳରୁ ଆସି ମୁନିଗୁଡା ଅଞ୍ଚଳରେ ବୁଲିବା ସହ ଫସଲ ନଷ୍ଟ କରୁଛନ୍ତି । ଏହାସହ କିଛି ବ୍ୟକ୍ତିଙ୍କ କୁଡିଆ ଭାଙ୍ଗି ଦେଇଛନ୍ତି । ଉକ୍ତ ଅଞ୍ଚଳରେ ବନ ବିଭାଗର କର୍ମଚାରୀମାନେ ଜନସାଧାରଣ ଓ ହାତୀର ସୁରକ୍ଷା ପାଇଁ ପ୍ରହରା ଦେଉଛନ୍ତି । ତେବେ ହାତୀଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ଦିଆଯିବା ନେଇ ମୁନିଗୁଡା ବନପାଳ ପ୍ରକାଣ କରିଛନ୍ତି ।



from Prameya News7 https://ift.tt/2yWX3f6
ଜନବସତି ମୁହାଁ ହାତୀ ପଲ, ଲୋକେ ଆତଙ୍କିତ ଜନବସତି ମୁହାଁ ହାତୀ ପଲ, ଲୋକେ ଆତଙ୍କିତ Reviewed by SUBHENDU BARAL on June 02, 2020 Rating: 5

No comments:

Powered by Blogger.