ଟ୍ରମ୍ପ୍ ସୁଝାଇଲେ ରାଗ : WHO ସହ ସଂପର୍କ ଛିନ୍ନ କଲା ଆମେରିକା, ଲଦିଲା କରୋନା ନିୟନ୍ତ୍ରଣରେ ବିଫଳତାର ଦୋଷ

ଓ୍ବାଶିଂଟନ୍ ୩୦।୫: କରୋନା ମହାମାରୀ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ସଂପର୍କ ତୁଟାଇବାକୁ କରିବାକୁ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, WHO ସଂପୂର୍ଣ୍ଣ ଭାବେ ଚୀନ୍ ଅଧୀନରେ ଅଛି । WHO ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିବାରେ ବିଫଳ ହେଲା ଏବଂ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସମ୍ପର୍କକୁ ତୁଟାଇଦେବ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚୀନ୍ WHOକୁ ବର୍ଷକୁ ୪୦ ମିଲିୟନ ଡଲାର ଦେଇ ନିଜ ନିୟନ୍ତ୍ରଣରେ ରଖିଥିବାବେଳେ ଆମେରିକା WHOକୁ ବର୍ଷକୁ ପ୍ରାୟ ୪୫୦ ମିଲିୟନ ଡଲାର ଅନୁଦାନ ପ୍ରଦାନ କରୁଛି । WHOକୁ ଏଭଳି ମନୋଭାବ ପରିବର୍ତ୍ତନ ପାଇଁ ଯେଉଁ ଅନୁରୋଧ କରାଯାଇଥିଲା ତାହା କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଆମେରିକା WHO ସହିତ ସମ୍ପର୍କ ତୁଟାଉଛି ।

ଅତୀତରେ ଆମେରିକା WHOକୁ ଦେଉଥିବା ସହାୟତା ପାଣ୍ଠିକୁ ବନ୍ଦ କରିଦେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନା ଭାଇରସ୍ ଚିହ୍ନିବାରେ WHO ଫେଲ୍ ବୋଲି ଅଭିଯୋଗ ଆଣିବା ସହ ଚୀନ୍ କୁ ସହଯୋଗ କରୁଥିବା ଅଭିଯୋଗ ମଧ୍ୟ କରିଥିଲେ ।

ଏହାସହ ରାଷ୍ଟ୍ରପତି ଟ୍ରମ୍ପ WHO ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ୩୦ଦିନ ମଧ୍ୟରେ ସଂଗଠନରେ ବଡ ପରିବର୍ତ୍ତନ ଆଣିବାକୁ କହିଥିଲେ । ନଚେତ୍ ଆମେରିକା ଏହାର ପାଣ୍ଠିକୁ ସବୁଦିନ ପାଇଁ ବନ୍ଦ କରିବ ଏବଂ ସଂଗଠନଠାରୁ ଅଲଗା ହେବାକୁ ଚିନ୍ତା କରିପାରେ ।

ଆମେରିକା ଲଗାତର ଭାବେ ଅଭିଯୋଗ କରିଛି ଯେ, କରୋନା ଭାଇରସ୍ ନେଇ WHOର ଚରମ ଅବହେଳା ଏବଂ ଚୀନ୍‌କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ହେତୁ ସାରା ବିଶ୍ବ ଏହେ ମହାମାରୀର ସମ୍ମୁଖୀନ ହେଉଛି ।

କରୋନା ମହାମାରୀ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି ଏବଂ ଏହା ୧୮୮ଟି ଦେଶରେ ବ୍ୟାପିଛି। ଏପର୍ଯ୍ୟନ୍ତ ଏହି ମହାମାରୀ ଦ୍ବାରା ୫୮୭୮୭୦୧ ଲୋକ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୨୭୬୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମହାମାରୀ ଦ୍ବାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ଆମେରିକାରେ ୧,୭୩୫,୯୭୧ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୦୨,୩୨୩ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନାଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି ।



from Prameya News7 https://ift.tt/2ZQlt5d
ଟ୍ରମ୍ପ୍ ସୁଝାଇଲେ ରାଗ : WHO ସହ ସଂପର୍କ ଛିନ୍ନ କଲା ଆମେରିକା, ଲଦିଲା କରୋନା ନିୟନ୍ତ୍ରଣରେ ବିଫଳତାର ଦୋଷ ଟ୍ରମ୍ପ୍ ସୁଝାଇଲେ ରାଗ : WHO ସହ ସଂପର୍କ ଛିନ୍ନ କଲା ଆମେରିକା, ଲଦିଲା କରୋନା ନିୟନ୍ତ୍ରଣରେ ବିଫଳତାର ଦୋଷ Reviewed by SUBHENDU BARAL on May 29, 2020 Rating: 5

No comments:

Powered by Blogger.