ଧାରାଶ୍ରାବଣରେ ଶୁଖିଯାଇଛି ବାରିଧାରା: ବର୍ଷା ପାଇଁ ପୂଜାର୍ଚ୍ଚନା କରୁଛନ୍ତି ଚାଷୀ OTV KHABAR BUREAU

ସୁନ୍ଦରଗଡ଼: ଆଷାଢ଼ ଯାଇ ଶ୍ରାବଣ ମାସ ହେଲାଣି। କିନ୍ତୁ ବର୍ଷାର ଦେଖା ନାହିଁ। ଚଳିତ ବର୍ଷ ମରୁଡ଼ି ଆଶଙ୍କା କଲେଣି ଚାଷୀ କୂଳ। ଏପରି ଅବସ୍ଥାରୁ ତ୍ରାହି ପାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତଥା ଏହାର ଆଖପାଖ ଅଞ୍ଚଳର ଶତାଧିକ ମହିଳା ଭଲ ବର୍ଷା ଓ ଭଲ ଚାଷ ପାଇଁ ବ୍ରାହ୍ମଣୀ ଦେବୀଙ୍କୁ ପୂଜା କରିଛନ୍ତି।

ତେବେ ଏ ପରମ୍ପରା ଆଜିର ନୁହେଁ। କାହିଁ କେଉଁ ଯୁଗ ହେଲା ଏହି ପରମ୍ପରା ଚଳିଆସୁଛି। ୯ଶହ ନାଗରା ପ୍ରଜାମାନେ ବ୍ରାହ୍ମଣୀ ଦେବୀଙ୍କୁ ଏପରି ପୂଜା କରିଥାନ୍ତି। ଚଳିତ ଥର ସୁନ୍ଦରଗଡ଼ କୁଆଁରମୁଣ୍ଡା ତେଲିପୋଷ, ସରଣାମାଲ, ଭାଲୁଡୁଙ୍ଗୁରୀ, ଲାଞ୍ଜିବେରଣା, ଚଇନପୁର ଏମିତି ୧୫ ରୁ ଅଧିକ ଗ୍ରାମର ଲୋକେ ଏଥିରେ ସାମିଲ ହୋଇଛନ୍ତି।

ସବୁଥର ଭଳି ଏଥର ବି ବିଧି ପୂର୍ବକ ମହିଳାମାନେ ପାରମ୍ପରିକ ନାଚଗୀତରେ ନାଚି ନାଚି ଜମିଦାର ଘରକୁ ପହଞ୍ଚିବା ପରେ କୁଆଁରମୁଣ୍ଡା ଜମିଦାରଙ୍କ ଘରେ ଥିବା ଶିବ ମନ୍ଦିରରେ ପୁଜାର୍ଚ୍ଚନା କରିଥିଲେ। ମନ୍ଦିର ବାହାରେ ବସିଥିବା ଜମିଦାର ପରିବାରର ବରିଷ୍ଠ ଲୋକଙ୍କୁ ପୂଜା କରିବା ପରେ ତାଙ୍କଠୁ ଆଜ୍ଞା ପାଇବା ପରେ ମହିଳାମାନେ ବ୍ରାହ୍ମଣୀ ଦେବୀଙ୍କ ପୂଜା ପାଇଁ ବାହାରିଥିଲେ।

କୁଆଁରମୁଣ୍ଡା ଠାରୁ ପ୍ରାୟ ୬ କିଲୋମିଟର ଦୁରରେ ରହିଛି ବ୍ରାହ୍ମଣୀ ପାହାଡ଼। ଆଉ ପାହାଡ଼ ପାଦଦେଶରେ ରହିଛି ମାତା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର। ମହିଳାମାନ ମୁଣ୍ଡରେ କଳସି ଓ ନଡ଼ିଆ ଧରି ପହଞ୍ଚିବା ପରେ ଧାଡ଼ି ଧାଡ଼ି ହୋଇ ମାତାଙ୍କୁ ପୂଜାର୍ଚ୍ଚନା କରିବା ସହି ଭଲ ବର୍ଷା ହେବା ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ।

 



from OTV Khabar. https://ift.tt/2LAuuc0
ଧାରାଶ୍ରାବଣରେ ଶୁଖିଯାଇଛି ବାରିଧାରା: ବର୍ଷା ପାଇଁ ପୂଜାର୍ଚ୍ଚନା କରୁଛନ୍ତି ଚାଷୀ OTV KHABAR BUREAU ଧାରାଶ୍ରାବଣରେ ଶୁଖିଯାଇଛି ବାରିଧାରା: ବର୍ଷା ପାଇଁ ପୂଜାର୍ଚ୍ଚନା କରୁଛନ୍ତି ଚାଷୀ OTV KHABAR BUREAU Reviewed by SUBHENDU BARAL on July 21, 2019 Rating: 5

No comments:

Powered by Blogger.