ଶ୍ରୀଜିଉଙ୍କ ସ୍ନାନଯାତ୍ରାର ହେବ ସିଧା ପ୍ରସାରଣ : ସରକାରୀ ଫିଡ୍‌କୁ ବ୍ୟବହାର କରିବେ ବିଭିନ୍ନ ଚ୍ୟାନେଲ, I & PR କୁ ଚିଠି ଲେଖିଲା ମନ୍ଦିର ପ୍ରଶାସନ

ଭୁବନେଶ୍ୱର ୩୦।୦୫: ଶ୍ରୀଜିଉଙ୍କ ସ୍ନାନଯାତ୍ରାର ହେବ ସିଧା ପ୍ରସାରଣ । ସ୍ନାନଯାତ୍ରାର ସିଧା ପ୍ରସାରଣ ପାଇଁ ଏଥର କିନ୍ତୁ କୌଣସି ଚ୍ୟାନେଲକୁ ଅନୁମତି ମିଳିବନି । ସୂଚନା ଓ ଲୋକ ସଂପର୍କ ବିଭାଗ କରିବ ସିଧା ପ୍ରସାରଣ ବ୍ୟବସ୍ଥା । ବିଭାଗର କଭରେଜ୍ ଫିଡ୍ କୁ ବ୍ୟବହାର କରିବେ ବିଭିନ୍ନ ଚ୍ୟାନେଲ୍ । ସୂଚନା ଓ ଲୋକସଂପର୍କ ବିଭାଗକୁ ଏନେଇ ଚିଠି ଲେଖିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ ।

 ସବୁ ଟିଭି ଚ୍ୟାନେଲ ସ୍ନାନଯାତ୍ରାର ସିଧା ପ୍ରସାରଣ ପାଇଁ ମନ୍ଦିର ସମ୍ମୁଖରେ କ୍ୟାମେରା ଏବଂ ପ୍ରସାରଣ ଗାଡ଼ି ରଖିଲେ ଗହଳି ହେବା ସମ୍ଭାବନା ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି । ତେଣୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାଧ୍ୟମରେ ସ୍ନାନଯାତ୍ରାର ସିଧା ପ୍ରସାରଣ ଅନ୍ୟ ଚ୍ୟାନେଲଗୁଡିକୁ ଯୋଗାଇବା ପାଇଁ ଚଳିତବର୍ଷ ସ୍ଥିର କରାଯାଇଛି । ଏବର୍ଷ କରୋନା ମହାମାରୀ ଏବଂ ଦେଶବ୍ୟାପୀ ଲକ୍ ଡାଉନ୍ ଯୋଗୁଁ ସ୍ନାନଯାତ୍ରା ବେଳେ ଶ୍ରୀମନ୍ଦିର ଭିତରେ ଠାକୁରଙ୍କ ଦର୍ଶନ ପାଇଁ ସାଧାରଣ ଜନତାଙ୍କୁ ଅନୁମତି ଦିଆଯିବ ନାହିଁ । ଏହାଛଡ଼ା ସାମାଜିକ ଦୂରତ୍ବ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ପ୍ରଶାସନ ସ୍ଥିର କରିଥିବାରୁ ଶ୍ରୀମନ୍ଦିର ଆଗରେ ଲୋକଙ୍କ ସମାଗମ ଉପରେ କଟକଣା ଜାରି କରାଯିବ । ଜୁନ୍ ୫ ତାରିଖ ଦିନ ଶ୍ରୀଜିଉଙ୍କ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା ହେବ ।



from Prameya News7 https://ift.tt/3dgVsQ5
ଶ୍ରୀଜିଉଙ୍କ ସ୍ନାନଯାତ୍ରାର ହେବ ସିଧା ପ୍ରସାରଣ : ସରକାରୀ ଫିଡ୍‌କୁ ବ୍ୟବହାର କରିବେ ବିଭିନ୍ନ ଚ୍ୟାନେଲ, I & PR କୁ ଚିଠି ଲେଖିଲା ମନ୍ଦିର ପ୍ରଶାସନ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ହେବ ସିଧା ପ୍ରସାରଣ : ସରକାରୀ ଫିଡ୍‌କୁ ବ୍ୟବହାର କରିବେ ବିଭିନ୍ନ ଚ୍ୟାନେଲ, I & PR କୁ ଚିଠି ଲେଖିଲା ମନ୍ଦିର ପ୍ରଶାସନ Reviewed by SUBHENDU BARAL on May 29, 2020 Rating: 5

No comments:

Powered by Blogger.