ଭଦ୍ରକ ୩୦।୫: ଆମ୍ବ ତୋଳିବା ପାଇଁ ଯାଇଥିବା ବେଳେ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ । ବ୍ୟକ୍ତି ଜଣଙ୍କ ମୃତ୍ୟୁ ହୋଇଥିବା ଜାଣି ମୃତଦେହକୁ ଢାଙ୍କି ଦେଇ ଚାଲିଯାଇଛି ହାତୀ । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ମହାନ୍ତିପଡା ଗାଁର ପାଗୁଳୁ ନାମକ ବ୍ୟକ୍ତି ପାଟକନା ଗାଁରେ ଥିବା ଆମ୍ବ ବଗିଚାକୁ ଆମ୍ବ ଆଣିବାକୁ ଯାଇଥିଲେ । ସେଠାରେ ଲୁଚି ରହିଥିବା ଦନ୍ତା ହାତୀ ହଠାତ୍ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ନିକଟ ବୁଦାରୁ ଲତା ଉପାଡି ମୃତଦେହ ଉପରେ ରଖି ଢାଙ୍କି ଦେଇଥିଲା ବୋଲି ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି ।
ହତ୍ୟା ପରେ ହାତୀଟି ନିକଟ ବୁଦାରେ ଲୁଚି ରହିଥିବା ଲୋକେ ଦେଖି ମୃତଦେହ ନିକଟକୁ ଯାଇନଥିଲେ । ତେବେ ପୂର୍ବରୁ ହାତୀଟି ଗାଁ ଭିତରକୁ ଆସି ବାରମ୍ବାର ଉପଦ୍ରବ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଗାଁ ଲୋକେ କହିଛନ୍ତି ।
from Prameya News7 https://ift.tt/2M9nlhl
No comments: