ବିଦ୍ୟୁତ୍‌ ବିଲ୍ ନେଇ ସେସୁର ଗୁରୁତ୍ୱପୂର୍ଣ୍ଣ ସୂଚନା Rajalaxmi Sahoo

ଭୁବନେଶ୍ୱର: ମେ‘ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍ ବିଲ୍ ଦେଇଛନ୍ତି ମେ’ ମାସରେ ମଧ୍ୟ Orissa ELectricity Regulatory Commission(OERC) ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ। ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ଲକ୍‌ଡାଉନ୍‌ ଯୋଗୁ ସେସୁର କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇ ପାରୁନାହାନ୍ତି। ତେଣୁ ପୁରୁଣା ମାସର ବିଲ୍ ହିସାବରେ ଉପଭୋକ୍ତା ଅନ୍‌ଲାଇନ୍‌ରେ ବିଲ୍ ଡିପୋଜିଟ କରିବାକୁ ସେସୁ ପକ୍ଷରୁ କୁହାଯାଇଛି। ଅନଲାଇନ୍‌ରେ ବିଲ୍ ଡିପୋଜିଟ କଲେ ୪ ପ୍ରତିଶତ ଅଫର ଦିଆଯାଉଥିବା ମଧ୍ୟ ସୂଚନା ଦିଆଯାଇଛି।

ମେ’ ମାସରେ ବିଦ୍ୟୁତ୍ ବିଲ୍ ଅଧିକ ଆସିବା ନେଇ ଉପଭୋକ୍ତାଙ୍କ ମନରେ ପ୍ରକାଶ ପାଇଥିବା ସଂଶୟକୁ ସେସୁ ଦୂର କରିଛି। ତଥାପି ଯଦି ମେ‘ ମାସର ବିଲ୍‌କୁ ନେଇ ଉପଭୋକ୍ତାଙ୍କ ଅସୁବିଧା ଥାଏ ତେବେ ୧୯୧୨ ନମ୍ବରରେ ଅଭିଯୋଗ କରିବା ପାଇଁ କୁହାଯାଇଛି।



from OTV Khabar. https://ift.tt/2TLDSMs
ବିଦ୍ୟୁତ୍‌ ବିଲ୍ ନେଇ ସେସୁର ଗୁରୁତ୍ୱପୂର୍ଣ୍ଣ ସୂଚନା Rajalaxmi Sahoo ବିଦ୍ୟୁତ୍‌ ବିଲ୍ ନେଇ ସେସୁର ଗୁରୁତ୍ୱପୂର୍ଣ୍ଣ ସୂଚନା Rajalaxmi Sahoo Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.